Indus Valley Times

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

 Breaking News

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ
January 10
13:10 2025

ଝାରସୁଗୁଡ଼ା, ୧୦/୧ : ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ଏକ ପଲଟିକାଲ ହାଇଡ୍ରାମା। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଛି ।
ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାଯାଇଛି। ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ତୁରନ୍ତ ଆମ ମୁକୁଳିବା ବ୍ୟବସ୍ଥା କର ବୋଲି କହି ସେ ରାଜ୍ୟ ସରକାରୀଙ୍କୁ ଜଣାଇଛନ୍ତି
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି।
ଗତକାଲି ସମ୍ବଲପୁର ଅଇଁଠାପାଲିସ୍ଥିତ ବିଶାଲଙ୍କ ହୋଟେଲରେ ଯାଞ୍ଚ କରିଥିଲା ସରେଇପାଲି ଥାନା ପୁଲିସ ସହ ସ୍ଥାନୀୟ ପୁଲିସ୍‌। ସେମାନଙ୍କ ମଧ୍ୟରେ କିଛି ସାଦା ପୋଷାକଧାରୀ ବି ଥିଲେ। ତେବେ ବିନା ସର୍ଚ୍ଚ ୱାରେଣ୍ଟରେ ପୁଲିସ କାହିଁକି ହୋଟେଲରେ ପଶି ଯାଞ୍ଚ କଲା, ସେ ନେଇ ବିଶାଲ ଆପତ୍ତି ଉଠାଇବା ସହ ଉତ୍ତରାଞ୍ଚଳ ଓଏ ହିମାଂଶୁ ଲାଲଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏହା ପଛରେ କିଛି ରାଜନୈତିକ ଚାପ ଥାଇପାରେ ବୋଲି କହିଛନ୍ତି ବିଶାଲ।
ଏଥିସହ ପୂର୍ବରୁ ମୋ ପରିବାର ସହ ଯାହା ଘଟିଛି, ଝାରସୁଗୁଡ଼ା ପୁଲିସକୁ ଦେଖିଲେ ଏବେ ଡର ଲାଗୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ। ବିଶାଲ ଫେରାଦ ହେବା ପରେ ଅଭିଯୋଗର ତଦନ୍ତ ହେବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି।
ଅନାସ୍ଥା ଭୋଟକୁ ନେଇ ଘୋଡ଼ା ବେପାର ହେବା ଆଶଙ୍କାରେ କିଛି ସମିତିସଭ୍ୟ ଓ ସରପଞ୍ଚଙ୍କୁ ଗତ କିଛି ଦିନ ହେବ ଛତିଶଗଡ଼ର ବିଭିନ୍ନ ହୋଟେଲରେ ରଖାଯାଇଥିଲା। ସେମାନଙ୍କୁ ଉଦ୍ଧାର କରି ଛତିଶଗଡ଼ ପୁଲିସ୍ ସରେଇପାଲ୍ଲୀ ଥାନାରେ ଅଟକ ରଖିଥିବା ବେଳେ ଗତକାଲି ରାତିରେ ସେମାନଙ୍କୁ ଭେଟିବାକୁ ବିଶାଲ ଦାସ ପହଞ୍ଚିଥିଲେ। ମାତ୍ର ତାଙ୍କୁ ବି ପୁଲିସ୍ ଅଟକ ରଖିଥିବା ଜଣାଯାଇଛି। ସେଠାରୁ ବିଶାଲ ଦାଶ ଭି଼ଡିଓ କରି ମୁକୁଳାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।
ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଶାଲ ଦାସଙ୍କ ଭଉଣୀ ତଥା ବିଧାୟିକା ଦୀପାଳି ଦାସ। ଏନେଇ ସେ କହିଛନ୍ତି, ବିଜେପି ଏକ ଡରୁଆ ପାର୍ଟି। ସେମାନେ ଜାଣିଛନ୍ତି ଭୋଟରେ ହାରିବେ। ତେଣୁ ପୁଲିସ୍ ଲଗାଇ ବିଶାଲ ଦାସକୁ ଅଟକ ରଖାଯାଇଛି। ଗଣତନ୍ତ୍ରର ହତ୍ୟା କରାଯାଉଛି।
ତେବେ ଉକ୍ତ ସମିତିସଭ୍ୟ ଓ ସରପଞ୍ଚଙ୍କୁ କାହିଁକି ରାଜ୍ୟ ବାହାରେ ଲୁଚାଇ ରଖାଯାଇଛି, ଏହା ପଛରେ କାହାର ହାତ ଅଛି, କିଏ ଏଥିପାଇଁ ଟଙ୍କା ଖର୍ଚ୍ଚ କରୁଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।
ଆଜି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ରହିଛି । ଏଥିପାଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଅନାସ୍ଥା ଭୋଟ୍ ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031