Indus Valley Times

ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି: କଂଗ୍ରେସ

 Breaking News

ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି: କଂଗ୍ରେସ

ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି: କଂଗ୍ରେସ
January 19
23:55 2023

ଭୁବନେଶ୍ୱର, ୧୯/୧ : ରାଜ୍ୟରେ ମହିଳା ଅସୁରକ୍ଷିତ । ରାଜ୍ୟରେ ପ୍ରତିଦିନ ୮ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଏ । ୨୦୨୦-୨୧ ଏନ୍‌.ସି.ଆର.ବି. ରିପୋର୍ଟ ଅନୁସାରେ ୨୦୨୦ ମସିହା ଠାରୁ ରାଜ୍ୟରେ ମହିଳାମାନଙ୍କ ଉପରେ ୨୩% ଅପରାଧ ବୃଦ୍ଧି ଘଟିଛି । ମହିଳା ଉତ୍ପାଡ଼ନ ଓ ପାଶ୍ୱବିକ ଅତ୍ୟାଚାର କ୍ଷେତ୍ରରେ ଓଡ଼ିଶା ସାରା ଭାରତ ବର୍ଷରେ ୫ମ ତମ ରାଜ୍ୟ । ରାଜ୍ୟରେ ମହିଳାମାନଙ୍କ ସମ୍ମାନହାନୀ । ୨୦୨୧ ମସିହାରେ ୬୫.୩ % ବୃଦ୍ଧି ଘଟିଛି । ଅପହରଣ ଓ ମହିଳା ମାନଙ୍କୁ ବନ୍ଧକ ରଖିବା କ୍ଷେତ୍ରରେ ୨୦୨୧ ମସିହାରେ ୩୭୧ % ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି । ଏ ରାଜ୍ୟରେ ୫ ବର୍ଷର କୋମଳମତି ବାଳିକାଟି ମଧ୍ୟ ସୁରକ୍ଷିତ ନୁହେଁ । ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ ୧ ନମ୍ବର, ତେବେ ରାଜ୍ୟର ମହିଳାମାନେ କାହିଁକି ଅସୁରକ୍ଷିତ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ ଭାବରେ ରାଜ୍ୟ ମୌନପିପାଶୁ ଓ ଅପରାଧି ମାନଙ୍କର କାହିଁକି ଚରାଭୁଇଁ ପାଲଟିଛି ବୋଲି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଗତ କିଛି ଦିନ ତଳେ ନିଜର ହକ୍ ପାଇଁ ଏକ ଗର୍ଭବତୀ ମହିଳା ସୁଲବତୀ ନାୟକ ରାୟଗଡ଼ା ଜିଲ୍ଲାର କାଶିପୁର ଉତ୍କଳ ଆଲୁମିନା କମ୍ପାନୀର ଗେଟ୍ ସାମନାରେ ଧାରଣା ଦେଇଥିବାବେଳେ ପୁଲିସ ତାକୁ ସମସ୍ତ ଆଇନକାନୁନ୍‌କୁ ଉଲଘଂନ କରି ତାଙ୍କୁ ଗିରଫ କରି ପଠାଇ ଦିଆଗଲା । ଜେଲରେ ଆସନ୍ନପ୍ରଶବା ସୁଲବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଗଲା ନାହିଁ । ଜେଲରୁ ବାହାରିବା ପରେ ସୁଲବତୀଙ୍କର ମୃତ୍ୟୁ ଘଟିଲା । ଏଥିପାଇଁ କାହାକୁ ଦାୟୀ କରାଯିବ । ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁରର ରାଜଶ୍ରୀଙ୍କ ମୃତ୍ୟୁ ଏବେ ମଧ୍ୟ ବହୁ କିଛି କଥା କହୁଛି । ସେ ଅଂଚଳର ମନ୍ତ୍ରୀ ଖୋଦ କ୍ରୀଡ଼ା ଓ ଗୃହ ବିଭାଗର । କିନ୍ତୁ ତାଙ୍କର ସମୟ ନାହିଁ, ରାଜଶ୍ରୀ ମୃତ୍ୟୁର କାରଣ ଜଣାଇବା ପାଇଁ ପରି, ଇତିଶ୍ରୀ, ବେବିନା, ମାଧବିଲତା, ମମିତା ବହୁ ପ୍ରଭୂତି ଘଟଣା ରାଜ୍ୟର ମହିଳାମାନଙ୍କ ପ୍ରତି ହେଉଥିବା ଲୋମହର୍ଷଣକାରୀ ଅତ୍ୟାଚାରର ଗୋଟିଏ ଗୋଟିଏ ଇତିହାସ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031