Indus Valley Times

ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯାଇ ଦିଆଯିବ : କେନ୍ଦ୍ରମନ୍ତ୍ରୀ

 Breaking News

ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯାଇ ଦିଆଯିବ : କେନ୍ଦ୍ରମନ୍ତ୍ରୀ

August 25
17:53 2025

ଭୁବନେଶ୍ୱର, ୨୫/୮ : ଏଣିକି ଆଦିବାସୀ ଝିଅ ଉଡ଼ାଇବେ ବିମାନ । ସେମାନଙ୍କୁ ଦିଆଯିବା ସ୍ୱତନ୍ତ୍ର ତାଲିମ୍ । ରାଜ୍ୟ ସରକାରଙ୍କ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଆଦିବାସୀ ଝିଅ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ଏହା ଦ୍ୱାରା ଝିଅମାନେ ବିମାନ ଚାଳକ ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ୱରଠାରେ ସୋମବାର ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦାଘାଟନ କରିଛନ୍ତି । କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ମଦ୍ୟ ଯୋଗଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସରକାର ଏବଂ ଦେଶର ପ୍ରମୁଖ ବିମାନ ଏମ୍ଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନଃନିର୍ମାଣ) ସେବାଦାତା ଏୟାର ୱାର୍କ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଦଚୁକ୍ତି ଅନୁଯାୟୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମ୍ଆରଓ ସୁବିଧା ସ୍ଥାପିତ ହେବ । ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର ଏୟାର ୱାର୍କ୍ସ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ । ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି ।
ନୂଆ ସରକାର ଗଠନ ହେବାର ୧୪ ମାସ ମଧ୍ୟରେ ଓଡ଼ିଶାରୁ ୧୫ଟି ନୂଆ ଗନ୍ତବ୍ୟ ସ୍ଥାନ ସହିତ ଯୋଡ଼ାଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲାର ବିରାଶୋଳଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଭୁବନେଶ୍ୱରରେ ଏକ ରକ୍ଷାଣବେକ୍ଷଣ, ମରାମତି, ପୁନର୍ନିର୍ମାଣ କେନ୍ଦ୍ର ସ୍ଥାପନ କରାଯାଉଛି । ଏହାସହିତ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ସରକାର ଏକ ପ୍ରଗତିଶୀଳ ଜମି ଆବଣ୍ଟନ ନୀତି ଆଣିବାପାଇଁ ଯାଉଛନ୍ତି ।
ଏହାର ଅନୁସାରେ, ବିମାନ ବନ୍ଦରମାନଙ୍କ ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, UAV ପ୍ରଶିକ୍ଷଣ, ଓ ବିମାନ କ୍ରୀଡ଼ା କାର୍ଯ୍ୟକଳାପ ସମ୍ଭବ ହେବ। ରାଜ୍ୟରେ ସମସ୍ତ ବିମାନ ପଥକୁ ବିକଶିତ କରାଯାଉଛି ।
ଏଭଳି ୧୪ ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ ୧୫ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ପୁଣି କହିଥିଲେଯେ, ଉଡାନ ଯୋଜନା ଭଳି ଟ୍ରାନ୍ସଫର୍ମେଟିଭ୍ ପଦକ୍ଷେପକୁ ପ୍ରେରଣା ଦେଇଛି, ଯାହା ସତ୍ୟରେ ଏଭିଏସନ୍‌କୁ ଡେମୋକ୍ରେଟାଇଜ୍ କରିଛି ଓ ପୂର୍ବ ଭାରତ ପାଇଁ ନୂଆ ଦିଗନ୍ତ ଖୋଲିଛି । ଏଭିଏସନ୍ କେବଳ ବିମାନବନ୍ଦର ଓ ବିମାନସେବା ପର‌୍ୟ୍ୟନ୍ତ ସୀମିତ୍ ନୁହେଁ, ଏହା ଆମ ଲୋକଙ୍କର ସ୍ୱପ୍ନକୁ ସୁଯୋଗ ସହିତ ଯୋଡିବା, ଆମର ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ – ୨୦୪୭ ର ସ୍ୱପ୍ନକୁ ସାକାର କରିବାର ଏକ ଅନନ୍ୟ ପ୍ରୟାସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଉକ୍ତ କାର୍ଯ୍ୟକ୍ରମରେ, କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ,\” ହାୱାଇ ଚପଲ୍ ପିନ୍ଧିଥିବା ମାନଙ୍କୁ ମଧ୍ୟ, ଏବେ ଉଡ଼ାଜାହାଜରେ ଯିବା ସୁଯୋଗ ମିଳିବ\” କୁ ସରକାର ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରୟାସ କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯାଇ ଦିଆଯିବ ବୋଲି ଶ୍ରୀ କିଞ୍ଜାରାପୁ ପ୍ରତିଶ୍ରୁତି ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31