Indus Valley Times

ଓଡ଼ିଶା ଆସିବେ ୫ ମହାବଳ ବାଘ

 Breaking News

ଓଡ଼ିଶା ଆସିବେ ୫ ମହାବଳ ବାଘ

ଓଡ଼ିଶା ଆସିବେ ୫ ମହାବଳ ବାଘ
July 05
18:07 2024

ଭୁବନେଶ୍ବର, ୫/୭: ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥି ପାଇଁ ବାହାର ରାଜ୍ୟରୁ ମହାବଳ ବାଘ ଆଣିବେ। ଏହାକୁ ରାଜ୍ୟର ୨ଟି ଅଭୟାରଣ୍ୟରେ ଛାଡ଼ିବେ। ବନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।
ସୂଚନା ଅନୁସାରେ ରାଜ୍ୟ ସରକାର ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ମହାବଳ ଆସିବେ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୩-୨୪ ପାଇଁ ବ୍ୟାଘ୍ର ଗଣନା କରିଥିଲେ। ଗତ ଫେବ୍ରୁଆରି ମାସରେ ଏହାର ରିପୋର୍ଟ ପ୍ରକାଶ କରିଥିଲେ। ଏହି ରିପୋର୍ଟରେ କୁହାଯାଇଥିଲା ଯେ, ରାଜ୍ୟରେ ୩୦ଟି ବାଘ ଅଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟରେ ୨୭ଟି ବାଘ ଥିଲେ। ଏଥିରୁ ୧୪ଟି ମାଈ ଓ ୧୩ଟି ଅଣ୍ଡିରା। ସେହିପରି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ, ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନ ଓ ଗ୍ରେଟର ଶିମିଳିପାଳ ଟାଇଗର ଲାଣ୍ଡସ୍କେପରେ ଗୋଟିଏ ଲେଖାଏଁ ବାଘ ଥିବା ରିପୋର୍ଟରେ କୁହାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031