Indus Valley Times

ଓଡିଶା ଆସୁଛନ୍ତି ବିଜେପି ହେଭିଓ୍ବେଟ୍ : ୨୩ରେ ଆସିବେ ଜେ.ପି. ନଡ୍ଡା ଓ ଯୋଗୀ ଆଦିତ୍ୟନାଥ, ଅରୁଣ ଗୋଭିଲ ବି କରିବେ ପ୍ରଚାର

 Breaking News

May 21
17:59 2024

ଓଡ଼ିଶା, ୨୧/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା ରାମାୟଣର ରାମ ଅରୁଣ ଗୋଭିଲ।
ସେ ୪ଟି ସଭାରେ ଯୋଗଦେଇ ଲୋକ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁଭୋଟ୍ ଭିକ୍ଷା କରିବେ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ରାମ ଅରୁଣ ଗୋଭିଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କରଞ୍ଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ତାଙ୍କର ସଭା ହେବ।
ସେହିଦିନ ଅର୍ଥାତ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଯୋଗୀ ଆଦିତ୍ୟନାଥ। ଚିଲିକା ଓ ସାଲେପୁର କୁଳିଆରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେପିର ବଡ଼ ବଡ଼ ଷ୍ଟାର ପ୍ରଚାରକଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ବିଜେପି କର୍ମକର୍ତ୍ତା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031