କଟକ ବାଲିଯାତ୍ରାରେ ଗଡ଼ଖାଇ ନାଟ୍ୟ ମଞ୍ଚ ନୀରବ
November 28
18:01
2026
ବରଦା ଦାସଙ୍କ ରିପୋର୍ଟ
କଟକ/ଓଡ଼ିଶା ,୨୮/୧୧: ଏକଦା ବହୁ ବର୍ଷଧରି ବାଲିଯାତ୍ରା ଉପଲକ୍ଷେ ଗଡ଼ଖାଇରେ ଦୁଇଟି ଗୀତି ନାଟ୍ୟ ମଞ୍ଚରେ ବୈଷ୍ଣବ ପାଣିଙ୍କର ଗୀତି ନାଟ୍ୟ ପ୍ରଧାନ ଆକର୍ଷଣ ଥିଲା ।
ମାତ୍ର କିଛି ବର୍ଷ ହେବ ଏହା ବନ୍ଦ ହୋଇଯାଇଚି । ବାଲିଯାତ୍ରା ତଳ ପଡିଆରେ ବୈଷ୍ଣବ ପାଣି ମଂଚ ସ୍ଥାୟୀ ଭାବେ ପ୍ରତିଷ୍ଠା ହୋଇଛି । ମାତ୍ର ତାଙ୍କ ରଚିତ ନାଟକ ମଞ୍ଚସ୍ଥ ନହେବା ନାଟ୍ୟକାରଙ୍କ ପ୍ରତି ସମ୍ମାନ କି ଅସମ୍ମାନ ସେ କଥା ବିଚାର କରିବା ।
କିନ୍ତୁ ସଂସ୍କୃତି ବିଭାଗ ପୁନର୍ବାର ମଞ୍ଚସ୍ଥ କରିବା ଦିଗରେ ଯତ୍ନବାନ୍ ହେବାକୁ ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ଅନୁରୋଧ କରିଛନ୍ତି ।
କାରଣ ବୈଷ୍ଣବ ପାଣି ଙ୍କ ଗୀତି ନାଟ୍ୟ ମ୍ୟୁଜିକ୍ ଦର୍ଶକ ମାନଙ୍କୁ ଏକ ସ୍ଵତନ୍ତ୍ର ଆକର୍ଷଣ କରିଥାଏ । ଏହା ବାଲିଯାତ୍ରା ର ମର୍ଯ୍ୟାଦା କୁ ଦ୍ଵିଗୁଣିତ କରିଥାଏ । ବହୁ ଲୋକେ ମନଭରି ଉପଭୋଗ କରିଥାନ୍ତି ।








