Indus Valley Times

ଗଜପତି : ଜିଲ୍ଲା ପୂର୍ବ ସେନାନୀ ସଂଘର ତ୍ରୟମାସିକ ବୈଠକ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲା ପୂର୍ବ ସେନାନୀ ସଂଘର ତ୍ରୟମାସିକ ବୈଠକ ଅନୁଷ୍ଠିତ

ଗଜପତି : ଜିଲ୍ଲା ପୂର୍ବ ସେନାନୀ ସଂଘର ତ୍ରୟମାସିକ ବୈଠକ ଅନୁଷ୍ଠିତ
November 28
22:17 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୧୧ : ଭାରତୀୟ ପୂର୍ବ ସେନାନୀ ସଂଘ, ଗଜପତି ଜିଲ୍ଲା ଶାଖାର ତ୍ରୟ ମାସିକ ଜିଲ୍ଲାସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୈନିକ ବୋର୍ଡ ବ୍ରହ୍ମପୁର,ଗଞ୍ଜାମ ର ସେକ୍ରେଟାରୀ କର୍ଣ୍ଣେଲ ପ୍ରଶାନ୍ତ କୁମାର ମିଶ୍ର ଓ ହେଡ କ୍ଲାର୍କ ସୁବେଦାର ଶ୍ରୀ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। ।
ଏଥିରେ ଗଜପତି ଜିଲ୍ଲା ପୂର୍ବ ସୈନିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା, ଏଥିସହ ଗଜପତି ଜିଲ୍ଲା ରେ ପୂର୍ବ ସୈନିକଙ୍କ ନିମନ୍ତେ କାର୍ଯ୍ୟାଳୟ, ଚିକିତ୍ସାଳୟ ଇତ୍ୟାଦି କରାଇବା ନିମନ୍ତେ ସ୍ଥାନ ଉପଲବ୍ଧ ବିଷୟରେ ଆଲୋଚନା କରା ଯାଇଥିଲା ।
ଏଥି ନିମନ୍ତେ ସେକ୍ରେଟାରୀ କର୍ଣ୍ଣଲ ମିଶ୍ର ସବ୍ କଲେକ୍ଟର ଶ୍ରୀ ମାଝୀ ଙ୍କ ସହ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରିଥିଲେ।
ଏହି ବୈଠକରେ ଗଜପତି ଜିଲ୍ଲା ପୂର୍ବ ସୈନିକ ସଂଘ ର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଦାଶ,ପୂର୍ବ ସଭାପତି ଶ୍ରୀ ମଲ୍ଲିକା ଅର୍ଜୁନ ପଟ୍ଟନାୟକ,ଉପ ସଭାପତି ଶ୍ରୀ
ଭି: କ୍ରିଷ୍ଣା ରାଓ, ସମ୍ପାଦକ ଶ୍ରୀ ପି: ରାମେୟା , କୋଷାଧକ୍ଷ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ସମେତ ବହୁ ସଂଖ୍ୟାରେ ପୂର୍ବ ସୈନିକ ଓ ପୂର୍ବ ସୈନିକଙ୍କ ଆଶ୍ରିତ ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30