Indus Valley Times

କନ୍ଧମାଳର ବିଭିନ୍ନ ଘଞ୍ଚ ଘଞ୍ଚ ଜଙ୍ଗଲରେ କମ୍ବିଂ ଜୋରଦାର ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ମାଓବାଦୀ ମୃତ

 Breaking News

କନ୍ଧମାଳର ବିଭିନ୍ନ ଘଞ୍ଚ ଘଞ୍ଚ ଜଙ୍ଗଲରେ କମ୍ବିଂ ଜୋରଦାର ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ମାଓବାଦୀ ମୃତ

December 25
18:48 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୫/୧୨ : ସମଗ୍ର କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ କମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ମାଓବାଦୀ ଟଳି ପଡ଼ିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଧିନସ୍ଥ ଗୁମ୍ମା ପଞ୍ଚାୟତ ର ପେଡମ୍ ଘଞ୍ଚ ଜଙ୍ଗଲରେ ଘଟିଛି ଏହି ଏନକାଉଣ୍ଟର ।
ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀ ଏବଂ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା ।
ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସାଦା ପୋଷାକରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।
ଦୁଇ ମାଓବାଦୀ ଙ୍କ ନିକଟରୁ ଗୋଟିଏ ରିଭଲଭର, ଗୋଟିଏ ୩୦୩ ରାଇଫଲ୍ ଓ ଗୋଟିଏ ୱାକିଟକି ଜବତ କରିଛନ୍ତି ଏସ୍ଓଜି ଯବାନ ।
ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡିଛି । ଉଭୟଙ୍କ ମୁଣ୍ଡ ପାଇଁ ଥିଲା ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି ରାଜ୍ୟ ସ୍ବତନ୍ତ୍ର ଗୁଇନ୍ଦା ଦଳ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ରମ୍ଭା ବନାଞ୍ଚଳରେ ୨୩ଟି ଦଳ (୨୦ଟି ଏସଓଜି, ୨ଟି ସିଆରପିଏଫ, ୧ଟି ବିଏସଏଫ ) କୁ ନେଇ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା।
୨୫ ତାରିଖ ସକାଳେ ବିଭିନ୍ନ ସ୍ଥାନରେ ଏସ ଓ ଜି ଦଳ ସହିତ ଅନେକ ଗୁଳି ବିନିମୟ ହୋଇଥିଲା। ଅଞ୍ଚଳ ତଲାସି ପରେ, ୟୁନିଫର୍ମ ପିନ୍ଧିଥିବା ୪ଟି ମାଓବାଦୀଙ୍କ ମୃତଦେହ (୨ଟି ପୁରୁଷ ଏବଂ ୨ଟି ମହିଳା) ଏବଂ ୨ଟି ଇନସାସ ରାଇଫଲ୍, ଗୋଟିଏ ୩୦୩ ରାଇଫଲ୍ ଉଦ୍ଧାର କରାଯାଇଛି।
ଜଣେ ମୃତ ମାଓବାଦୀଙ୍କୁ ଚିହ୍ନଟ କରାଯାଇଛି, ସେ ଗଣେଶ ଉଇକେ, କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ସେ ଓଡ଼ିଶାରେ ନକ୍ସଲ ସଂଗଠନର ମୁଖ୍ୟ ଥିଲେ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ୩ ଜଣଙ୍କ ପରିଚୟ ଏପର‌୍ୟ୍ୟନ୍ତ ହସ୍ତଗତ ହୋଇନାହିଁ। ଅଧୂକ ସନ୍ଧାନ ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଥିବା ଜଣା ପଡିଛି ।
ଦାରିଙ୍ଗବାଡି ଶୀତ ମହୋତ୍ସବରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଯୋଗଦାନ ପାଇଁ ସମ୍ମତି ପ୍ରକାଶ
ବାଲିଗୁଡା, ୨୫/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର‌୍ୟ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି ।
ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ର ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାକୁ ସହମତି ପ୍ରକାଶ କରିଥିଲେ ।
ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ପକ୍ଷରୁ ବୁଧବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର‌୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟି ଏହି ମହୋତ୍ସବରେ ଯୋଗଦାନ କରିବାକୁ ନିମନ୍ତ୍ରଣ କରାଯାଇଛି ।
ସେ ଖୁବ ଶୀଘ୍ର ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କମିଟିକୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ଦାରିଙ୍ଗବାଡିର ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଶୀତ ମହୋତ୍ସବର ଆବଶ୍ୟକତା ଓ ପର୍ଯ୍ୟଟନକ୍ଷେତ୍ରର ଆହୁରି ବିକାଶ କରାଯିବା ପାଇଁ କମିଟି ମନ୍ତ୍ରୀ ପ୍ରଭାତୀ ପାତିଡ଼ାଙ୍କୁ ନିବେଦନ କରିଛନ୍ତି ।
ଶୀତ ମହୋତ୍ସବ କମିଟିର ନିମନ୍ତ୍ରଣ ପତ୍ରକୁ ମନ୍ତ୍ରୀ ଗ୍ରହଣ କାଟିଥିବାରୁ କମିଟି ପକ୍ଷରୁ ତାଙ୍କୁ ସାଧୁବାଦ ଦିଆଯାଇଛି ।
ସୂଚନା ଯୋଗ୍ୟଯେ ପୁର୍ବରୁ ବିଧାନସଭାର ବାଚସ୍ପତି ସୁରମା ପାଢ଼ି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଖାଉଟି କଲ୍ୟାଣ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିମନ୍ତ୍ରଣ ଗ୍ରହଣ କରି ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି ।
ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲ୍ଲା ସମ୍ପାଦକ ସନ୍ତୋଷ ସାହୁ, ବଣିକ ସଙ୍ଘ ଉପସଭାପତି ଦିଲୀପ ସାହୁ, ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ପତିତପାବନ ରାଉତ, ରଞ୍ଜିତ ସେନାପତି,ସୁବାଷ ସାହୁ, ରଞ୍ଜନ ସାହୁ ପ୍ରମୁଖ ଭୁବନେଶ୍ୱର ଯାଇ ସମସ୍ତ ମନ୍ତ୍ରୀ ସ୍ତରୀୟ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଥିବା ଜଣାପଡିଛି ।
ଦିନ ଦି ପହର ରେ ପୋଲିସ କୁ ଦୁର୍ବୁତ୍ତ ଙ୍କ ଖୋଲା ଚାଲେଞ୍ଜ : ରାଜ ପରିବାର ର ଘର ମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍ ପକାଇ ନଗଦ ଟଙ୍କା ଓ ସୁନା ଲୁଟିନେଲେ
ବାଲିଗୁଡା, ୨୫/୧୨: ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ।
ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍ ପକାଇ ଓ ଅନ୍ୟ ସଦସ୍ୟଙ୍କୁ କଡା ନଜରବନ୍ଦୀରେ ରଖି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି।
ଦୁର୍ବୁତ୍ତମାନେ କାଳେ ଧରାପଡ଼ିଯିବା ଭୟରେ ଘରେ ଲାଗିଥିବା ସିସି କ୍ୟାମେରାର ଡିଜିଟାଲ ଭିଡିଓ ରେକର୍ଡର (ଡିଭିଆର) ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୁତ୍ତ ମାନେ ସାଥିରେ ନେଇ ଯାଇଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଭୟର ବାତାବରଣ ଦେଖାଯାଇଛି।
ଏଭଳି ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ବଜାରରେ ରହୁଥିବା ରାଜ ପରିବାରରେ ଘଟିଛି। ରାଜ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବିଷୟ ରାଜ ପରିବାରର ସଞ୍ଜୀବ କୁମାର ଦେଓ କହିଛନ୍ତି।
ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗଦାପୁର ର ରାଜପରିବାରର ମୁଖ୍ୟ ସୀମାଦ୍ରୀ ଦେଓ ଓ ତାଙ୍କ ପୁଅ ସଞ୍ଜୀବ, ବୋହୂ ମମତା ଓ ତାଙ୍କ ପୁଅଙ୍କ ୨ ସନ୍ତାନ ରହୁଛନ୍ତି।
ମଧ୍ୟାହ୍ନରେ ସଞ୍ଜୀବ କୌଣସି କାର‌୍ୟ୍ୟରେ ବାହାରକୁ ଯିବା ପରେ ୩ଟି ବାଇକରେ ୫ ଜଣ ବ୍ୟକ୍ତି ସଞ୍ଜୀବଙ୍କ ଘରେ ପହଞ୍ଚିଥିଲେ ଓ ନିଜକୁ ଦୁର୍ନୀତି ନିବାରଣ ଅଧିକାରୀ କହିଥିଲେ। ସଞ୍ଜୀବଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ସଞ୍ଜୀବଙ୍କ ବୃଦ୍ଧ ବାପା ସୀମାଦ୍ରୀ ଓ ସ୍ତ୍ରୀ ମମତା ରହିଥିଲେ।
ଏହି ସମୟରେ ସୀମାଦ୍ରୀ କହିଲେ, ଆମେ କଣ ଦୁର୍ନୀତି କରିଛୁ ଯେ ଆପଣମାନେ ଆସିଛନ୍ତି କହିବାରୁ ଦୁର୍ବୃତ୍ତମାନେ ସୀମାଦ୍ରୀଙ୍କୁ ଠେଲି ଠେଲି ତାଙ୍କ ଘର ଭିତରକୁ ନେଇଥିଲେ ଓ ଘର ଭିତରେ ତାଙ୍କ ହାତକୁ ପଛକୁ କରି ହାତକଡ଼ି ପକାଇଦେଇଥିଲେ।
ବୋହୂଙ୍କୁ ଏବଂ ତାଙ୍କ ବାଡ଼ିପଟେ ରହୁଥିବା ଅନ୍ୟ ସମ୍ପର୍କୀୟଙ୍କୁ ନଜରବନ୍ଦୀରେ ରଖି ଅନ୍ୟ ଦୁର୍ବୁତ୍ତ ଜଗିରହିଥିବା ବେଳେ ସୀମାଦ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ସୁନା ଅଳଙ୍କାର ସହ ନଗଦ ଯାହା ଅଛି ଦେବାକୁ କହିଥିଲେ।
ଘରେ ଥିବା ନଗଦ ୩ ଲକ୍ଷ ସହ ସୁନା ଅଳଙ୍କାର ପ୍ରାୟ ୨୦ ଲକ୍ଷ ଟଙ୍କାର ନେଇ ଦୁର୍ବୁତ୍ତମାନେ ସେଠାରୁ ପଳାଇଯାଇଥିଲେ।
ଦିବାଲୋକରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ବଜାର ଚଳପ୍ରଚଳ ରହିଥିଲେ ସୁଦ୍ଧା କେହି ଟିକିଏ ମଧ୍ୟ ଜାଣିପାରି ନ ଥିଲେ।
ସେପଟେ ପୋଲିସ ପକ୍ଷରୁ ବଡ଼ଦିନ ପାଇଁ ବିଭିନ୍ନ ସ୍ଥାନରେ ନାକା ଲଗାଇ ଗାଡି ମୋଟର ଯାଞ୍ଚ ପୋଲିସ ଉପସ୍ଥିତି ଜାହିର କରି ଫ୍ଲାଗମାର୍ଚ୍ଚ କରାଯାଉଥିଲେ ମଧ୍ୟ ଅପରାଧୀଙ୍କ ଟିକିଏ ମଧ୍ୟ ପୋଲିସ ପ୍ରତି ଭୟ ନଥିବା ନେଇ ଜୋରଦାର ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930