Indus Valley Times

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ଅନେକଙ୍କ ଅବସ୍ଥା ଅତି ଗୁରୁତର

 Breaking News

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ଅନେକଙ୍କ ଅବସ୍ଥା ଅତି ଗୁରୁତର

November 24
10:34 2022

କଟକ,୨୪/୧୧: କେନ୍ଦ୍ରାପଡା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭଷାଣୀ ସମୟରେ ଅଘଟଣ। ବାଣ ଫୁଟି ୪୦ରୁ ଅଧିକ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନେକଙ୍କ ଅବସ୍ଥା ଅତି ଗୁରୁତର ରହିଛି । ପ୍ରଥମେ ସମସ୍ତଙ୍କୁ କାଜୁଆଲଟିରେ ଆସୁ ଚିକିତ୍ସା ଯୋଗାଇବା ପରେ ଯାହାର ଆଇସିୟୁ , ସେଣ୍ଟ୍ରାଲ ଆଇସିୟୁ ଆବଶ୍ୟକ ସେମାନଙ୍କୁ ପଠେଇ ଦିଆଯାଇଛି।
ସେପଟେ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସମୟରେ ଏସିବି ଚିକିତ୍ସା ପାଇଁ ସମ୍ପୁର୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ ଏହି ଅଘଟଣରେ ପୀଡିତଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ସ୍ଥାନୀୟ ବିଧାୟକ ଶଶୀଭୂଷଣ ବେହେରା। ଚିକିତ୍ସା ଦିଗ ପଚାରିବୁଝିବା ସହ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଆହତ ୩୦ ଜଣଙ୍କ ମଧ୍ୟରୁ ୫ ଶିଶୁ ରହିଛନ୍ତି। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ପହଁଚି ସମସ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031