Indus Valley Times

କାଳବୈଶାଖୀ ନେଲା ଦୁଇ ଜୀବନ, ୧୦ରୁ ଊର୍ଦ୍ଧ୍ବ ଆହତ

 Breaking News

କାଳବୈଶାଖୀ ନେଲା ଦୁଇ ଜୀବନ, ୧୦ରୁ ଊର୍ଦ୍ଧ୍ବ ଆହତ

କାଳବୈଶାଖୀ ନେଲା ଦୁଇ ଜୀବନ, ୧୦ରୁ ଊର୍ଦ୍ଧ୍ବ ଆହତ
March 15
20:16 2026

ବାରିପଦା/କରଞ୍ଜିଆ,୧୫ା୩ : ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି ।
ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି ।
ଏଥିରେ ୭୦ରୁ ଉର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏପରିକି ଏକ ଯାତ୍ରୀବାହୀ ଅଟୋ ପବନରେ ଭାରସାମ୍ୟ ହରାଇ ଏକ ପୋଖରୀ ମଧ୍ୟକୁ ପଶିଯାଇଥିବା ବେଳେ ଚାଳକର ମୃତ୍ୟୁ ଘଟିଛି ।
ଘୂର୍ଣ୍ଣଝଡ ଏତେ ଶକ୍ତିଶାଳୀ ଥିବାରୁ ବଡ଼ ବଡ଼ ଗଛ ଭାଙ୍ଗି ପଡିଥିବା ବେଳେ ଛପରଘର ଉଡିଯାଇଛି । ପକ୍କା ଘରର କାଚ ଭାଙ୍ଗିବା ସହ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ପବନ ସହିତ କୁଆପଥର ବର୍ଷା ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡିଛି । ଭୟଙ୍କର ଘୂର୍ଣ୍ଣି ଝଡ଼ରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031