Indus Valley Times

ଅକିକ୍ ୱେଲଫ୍ୟାର ଫାଉଣ୍ଡେସନ ପକ୍ଷରୁ ଇଫତାର ପାଟି

 Breaking News

ଅକିକ୍ ୱେଲଫ୍ୟାର ଫାଉଣ୍ଡେସନ ପକ୍ଷରୁ ଇଫତାର ପାଟି

ଅକିକ୍ ୱେଲଫ୍ୟାର ଫାଉଣ୍ଡେସନ ପକ୍ଷରୁ ଇଫତାର ପାଟି
March 15
22:58 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୫/୩ : ମୁସଲିମ ଧର୍ମର ପବିତ୍ର ରମଜାନ ମାସ ସରି ସରି ଆସୁଥିବା ବେଳେ ଖୋରଧା ନିକଟ ସରଧାପୁର ଗ୍ରାମ ସ୍ଥିତ ଅକିକ୍ ୱେଲଫ୍ୟାର୍ ଫାଉଣ୍ଡେସନର ରମଜାନ ଅବସରରେ ସ୍ଥାନୀୟ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଛି। ଏହି ରମଜାନ ମାସରେ ପ୍ରତ୍ୟେକ ମୁସଲିମ ନିଜର ଅର୍ଜିତ ସମ୍ପତିରୁ କିଛି ଅଂଶ ନିଜର ପୁଣ୍ୟ ଅର୍ଜନ କରିବା ପାଇଁ ଦାନ ଧର୍ମ କରିଥାନ୍ତି। ଅସହାୟ ମୁସଲିମ ଭାଇ,ଭଉଣୀଙ୍କୁ ଖୋଲା ହସ୍ତରେ ଦାନ କରିଥାନ୍ତି।
ଏହାର ମୂଳ ଲକ୍ଷ ଆର୍ଥିକ ଅଭାବ ଅସୁବିଧାରେ ଥିବା ମୁସଲିମ ଭାଇ ଭଉଣୀ ମାନଙ୍କୁ ଭଲ ଖାଇବା ଏବଂ ଇଦ ପାଇଁ ନୂତନ ବସ୍ତ୍ର ପିନ୍ଧି ଖୁସି ମନେଇ ପାରିବା ଲକ୍ଷ୍ୟରେ ସମସ୍ତ ମୁସଲିମ ମାନେ ଏହି ରମଜାନ ମାସରେ ଦାନଧର୍ମ କରିଥାନ୍ତି। ସେହି ଲକ୍ଷ ରଖି ଅକିକ୍ ୱେଲଫ୍ୟାର ଫାଉଣ୍ଡେସନର ସମ୍ପାଦକ ମହମ୍ମଦ ରଫିକ ଜରାର, ଏହି କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମ ସରଧାପୁର, ତରତୁଆ, ଅଟ୍ରି , ବେଣାପଞ୍ଜୁରୀ, ଘୋରଡ଼ିଆ, ତରବୋଇ , ପାରୀକ୍ଷେତା , ରଥିପୁର ,ଓ ଅଣ୍ଡା ବାଜପୁର ଅଞ୍ଚଳରେ ଥିବା ଅସହାୟ ମୁସଲିମ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ। ପବିତ୍ର ରମଜାନ ମାସ ଉପଲକ୍ଷେ ଉପବାସ ରଖିଥିବା ୧୦୦ରୁ ଉର୍ଦ୍ଧ୍ବ ମୁସଲମାନ ଭାଇମାନେ ଏକତ୍ରିତ ବସି ଇଫତାର ପାଟିରେ ସାମିଲ ହୋଇଥିଲେ।
ଏହି ମହତ କାର୍ଯ୍ୟରେ ମହମ୍ମଦ ରଫିକ ତରାର , (ଶରଧାପୁର), ମହମ୍ମଦ ହାଜି, ମହମ୍ମଦ ସାଦାତ ଅଲ୍ଲି, ମହମ୍ମଦ ସଲିମ, ଓହୀଦ ଖାଁ ( ତରତୁଆ ), ସୟଦ ଅଫସର ଅଲ୍ଲି ଖୋରଧା, ମହମ୍ମଦ ଇଲିଆସ, ଜାଫର ଖାନ (ବେଣାପାଞ୍ଜରୀ), ମହମ୍ମଦ ସିଦ୍ଦିକୁତୁଲ୍ଲା, ମହମ୍ମଦ ସାଇଫୁର ରହମାନ ( ଜଟଣୀ ), ମହମ୍ମଦ ସବୀର, ମହମ୍ମଦ, ଓବେଦୁର, ମହମ୍ମଦ, ସଫିଉଲ୍ଲା, ମୌଲାନା ସ୍ୱାଲେହୁଷ ଜମାହା ପ୍ରମୁଖ ଉପସ୍ଥିତ ରହି ସୁଚାର ରୂପେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31