Indus Valley Times

କାଳିଆମ୍ବା ଜଳସେଚନ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 Breaking News

କାଳିଆମ୍ବା ଜଳସେଚନ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

କାଳିଆମ୍ବା ଜଳସେଚନ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା
May 31
19:18 2022

ପ୍ରଦୀପ୍ତ କୁମାର ସାହୁ ଙ୍କ ରିପୋର୍ଟ
ନୂଆଗାଁ,୩୧/୫: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଅଭିଭକ୍ତ ବାହାଡାଝୋଲା ପଞ୍ଚାୟତ ଅଞ୍ଚଳର କୃଷି ଓ କୃଷକଙ୍କ ଉନ୍ନତି ତଥା ବର୍ଷା ଉପରେ ନିର୍ଭର କରି ଚାଷକାର୍ଯ୍ୟ କରୁଥିବା କୃଷକଙ୍କ ଜମିକୁ ଜଳସେଚନର ସୁବିଧା ଯୋଗାଇଦେବା ପାଇଁ,ବାହାଡ଼ାଝୋଲା ଅଞ୍ଚଳର ସୁସଂଗଠକ,ଲୋକପ୍ରିୟ ହୋମିଓପାଥି ଡାକ୍ତର, ପୂର୍ବତନ ସରପଂଚ ସ୍ୱର୍ଗତଃ ରାଜକିଶୋର ସାମଲଙ୍କ ସମେତ ଅଞ୍ଚଳ ବାସୀଙ୍କ ବାରମ୍ବାର ଦାବି ଓ ଉଦ୍ୟମ କ୍ରମେ,ଦୀର୍ଘ ୨ଦଶନ୍ଧି ତଳେ, ବାହାଡ଼ାଝୋଲା ଅଞ୍ଚଳ ବାସୀଙ୍କ ଦୁଃଖ ସୁଖର ସାଥୀ ଲୋକପ୍ରିୟ ଜନନେତା, ନୟାଗଡ଼ ଜିଲ୍ଲାର ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ, ପୂର୍ବତନ ବିଧାୟକ ଦଶପଲ୍ଲା, ଏବଂ ପୂର୍ବତନ କନ୍ଧମାଳ ସାଂସଦ ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ପ୍ରଚେଷ୍ଟାରେ, ବାହାଡାଝୋଲା ପଞ୍ଚାୟତର କାଳିଆମ୍ବା ଠାରେ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ କାଳିଆମ୍ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଜଳସେଚନ ପ୍ରକଳ୍ପ କୁ ନେଇ ଅଞ୍ଚଳର ଚାଷୀକୁଳ ଉତ୍ସାହିତ ହେବାସହ ନିଜ ଜମିରେ ସୁନାର ଫସଲ ଫଲାଇବାର ସ୍ବପ୍ନ ଦେଖିଥିଲେ।ହେଲେ ପ୍ରକଳ୍ପ ପାଇଁ ଆବଶ୍ୟକ ପଡୁଥିବା ଜମି ଜଙ୍ଗଲ କିସମ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଅଟକି ରହିଥିଲା ।
ହେଲେ ବର୍ତ୍ତମାନର ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ୟମ କ୍ରମେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆବଶ୍ୟକ ଥିବା ୧୩.୭୮ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗକୁ ସବୁଜ ସଂକେତ ମିଳିବା ପରେ, ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେବା ନେଇ ପଥ ପରିଷ୍କାର ହୋଇଯାଇଛି।
ଯେଉଁଥିପାଇଁ ରବିବାର ଦିନ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା , କ୍ଷୁଦ୍ର ଜଳସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ,ସହକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆସି କାଳିଆମ୍ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ସହିତ, ଏହି ପ୍ରକଳ୍ପ କାର୍ଯ୍ୟ କିପରି ଶୀଘ୍ର ଆରମ୍ଭ ହେବ ସେସମ୍ପର୍କରେ ଆଲୋଚନା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ବାହାଡ଼ାଝୋଲା, ସୀଙ୍ଗାରପଲ୍ଲି, ବେରୁଆଁବାରି,ପ୍ରଭୃତି ପଞ୍ଚାୟତର ଶହ ଶହ ଚାଷୀଙ୍କର ପ୍ରାୟ ୧୭୦ ହେକ୍ଟର ରୁ ଉର୍ଦ୍ଧ ଜମି ଜଳସେଚିତ ହୋଇପାରିବ ବୋଲି ସୂଚନା ମିଳିଛି।
କାଲିଆମ୍ବା ବନ୍ଧ ନିର୍ମାଣ କାମ ଆରମ୍ଭ ହେଉଥିବା ଶୁଣି ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ଏହି ଜଳସେଚନ ପ୍ରକଳ୍ପ ପରିଦର୍ଶନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରାଙ୍କ ସହିତ କ୍ଷୁଦ୍ରଜଳସେଚନ ବିଭାଗୀୟ ଅଧିକାରୀ,ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସୀଙ୍ଗାରପଲ୍ଲି ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ବେହେରା,ହରିପୁର ସରପଞ୍ଚ ଜିତେନ୍ଦ୍ର ଖଟୁଆ ଏବଂ ବାହାଡାଝୋଲା, ବେରୁଆଁବାରି, କପ୍ତାପଲ୍ଲି,ଗୁମି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ସଭ୍ୟା ଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ବୁଦ୍ଧିଜୀବୀ, କୃଷକ, ଶ୍ରମିକ ଓ ସ୍ଥାନୀୟ, ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ।
ନିକଟସ୍ଥ କାଲିଆମ୍ବା ଓ ଗୋଡିବନ୍ଧ ଗ୍ରାମର ଗ୍ରାମବାସୀମାନେ ଖୋଳ,କୀର୍ତ୍ତନ କରି ବିଧାୟକ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କୁ ସ୍ୱାଗତଃ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031