Indus Valley Times

କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

 Breaking News

କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ
November 08
20:37 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୧୧ : କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।
ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ସମାବେଶରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗ ଦେଇଥିଲେ।
ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ପର୍ଶୁରାମ ସ୍ୱାଇଁ , କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ର ପ୍ରମୁଖ ବୈଜ୍ଞାନିକ ,ଅନିଲ କୁମାର ସ୍ବାଇଁ, ଅତିରିକ୍ତ ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡ.ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।
\”କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣ ରେ ମହିଳାଙ୍କ ଭୁମିକା\” ଶିର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟି ଶସ୍ୟ ର ପୋଷଣ ଗୁଣବତ୍ତା ତଥା ପରିବେଶ ଅନୁକୂଳ ପ୍ରଭାଵ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଉପସ୍ଥିତ ଅତିଥି ବୃନ୍ଦ ଏହି ଚାଷରେ ବୈଜ୍ଞାନିକ ଜ୍ଞାନକୌଶଳ ବିନିଯୋଗ କରି କିପରି ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେଥିପ୍ରତି କୃଷକମାନଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିଥିଲେ ।
ମହିଳା ଚାଷୀ ମାନେ ପାରମ୍ପରିକ ଫୁଲଗୁଡ଼ିକୁ ସଂରକ୍ଷଣ କରିବା ସହ ଜୈବ ବିବିଧତା କୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ମାଣ୍ଡିଆ କୁ ପ୍ରତ୍ୟେକ ଘରର ଖାଦ୍ୟ ‌ଥାଳିରେ ପହଞ୍ଚାଇ ପାରିବେ ସେ ଉପରେ ଉପସ୍ଥିତ ଅତିଥି ମାନେ ଅଗ୍ରାଧିକାର ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପୁଷ୍ଟି ଶସ୍ୟ ଉତ୍ପାଦର ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ,
ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପୋଷ୍ଟର ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ର ଆୟୋଜନ କରାଯାଇଥିଲା ।
ପରିଶେଷରେ କୃତୀ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସଫଳ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତିକା ପତି ଜିଲ୍ଲା ଯୋଜନା ଅଧିକାରୀ ସଂଯୋଜନା କରିଥିବା ବେଳେ ନିହାର ରଞ୍ଜନ ପୃଷ୍ଟି , ଗୋଷ୍ଠୀ କୃଷି ଅଧିକାରୀ,ନୁଆ ଗାଁ ବ୍ଲକ୍ ମଞ୍ଚ ପରିଚାଳନା ଏବଂ ସୁଶ୍ରୀ ଅମ୍ବିକା ଦତ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031