Indus Valley Times

କୋଷ୍ଟ ଗାର୍ଡ ଡିଆଇଜି ଓ ପତ୍ନୀଙ୍କୁ ଦୁର୍ବ୍ୟବହାର, ଘରକୁ ଫେରୁଥିବାବେଳେ ମାତିଲେ ଦୁର୍ବୃତ୍ତ

 Breaking News

କୋଷ୍ଟ ଗାର୍ଡ ଡିଆଇଜି ଓ ପତ୍ନୀଙ୍କୁ ଦୁର୍ବ୍ୟବହାର, ଘରକୁ ଫେରୁଥିବାବେଳେ ମାତିଲେ ଦୁର୍ବୃତ୍ତ

October 18
11:01 2024

ଭୁବନେଶ୍ୱର, ୧୮/୧୦ : ରାଜଧାନୀର ବିଚ୍ ରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋଦ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ଗତ ରାତିରେ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ମାମଲାରେ ଦୁଇ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛୁ।
ଗତରାତିରେ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ନିଜ ପରିବାର ସହ କାର୍‌ରେ ଘରକୁ ଫେରୁଥିଲେ। କଳିଙ୍ଗ ଷ୍ଟାଡିୟମ ନିକଟ ଏକ ଟ୍ରାଫିକ୍‌ରେ ତାଙ୍କ ଗାଡ଼ି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଦୁଇ ନିଶାସକ୍ତ ଯୁବକ ଦୁର୍ବ୍ୟବହାର କରିଥିଲେ। ଏନେଇ ସେ ପ୍ରଥମେ ଫୋନ୍ ଯୋଗେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ନିଜ ଟିମ୍ ସହ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।
ବିଳମ୍ବିତ ରାତିରେ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ମଧ୍ୟ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । ସେପଟେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ଏନେଇ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ କହିଛନ୍ତି, – ମୁଁ ଟ୍ରାଫିକ୍‌ରେ ଥିବା ବେଳେ ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ସାମନାରେ ଛିଡ଼ା ହୋଇ ଯାଇଥିଲେ। ରାସ୍ତା ଛାଡ଼ିବା ପାଇଁ କହିବାରୁ ସେମାନେ ଦୁର୍ବ୍ୟବହାର କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଛି।
ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି, ଏନେଇ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930