Indus Valley Times

ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରେ ପାଳିତ ହେଉଛି ସୁଶାସନ ସପ୍ତାହ

 Breaking News

ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରେ ପାଳିତ ହେଉଛି ସୁଶାସନ ସପ୍ତାହ

December 24
10:04 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୧୨ : ନାଗରିକଙ୍କ ନିକଟରେ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପହଂଚାଇବା ଉଦେଶ୍ୟରେ ସାରା ଦେଶରେ ପାଳନ ହେଉଛି ସୁଶାସନ ସପ୍ତାହ ।
ସେହିପରି ଚଳିତ ବର୍ଷ ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରେ ସୁଶାସନ ସପ୍ତାହ ପାଳନ କରାଯାଉଛି ।
ପ୍ରଶାସନ ଗାଁ କି ଓର’ କୁ ସଫଳ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟା କରି ଆସୁଛି । ଏହା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ପାଇପାରିବେ ତଥା ଏନେଇ ବ୍ୟାପକ ସଚେତନତା କାରାଯାଇଛି । ଏହାସହ ବର୍ତମାନ କେନ୍ଦ୍ର ସରକାର ମନରେଗା ଯୋଜନାର ନାମକୁ ପରିବର୍ତ୍ତନ କରି ଭିବି-ଜି ରାମ-ଜି\’ ନାମରେ ନୂତନ ଯୋଜନା ଲାଗୁ କରିଛନ୍ତି , ତେଣୁ ଏନେଇ ବ୍ୟାପକ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ଏହି କାର‌୍ୟ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ବିଡ଼ିଓ ଯୁଗଳ ବିଶ୍ୱାଳ, ଶଗଡା ସରପଞ୍ଚ ସନ୍ଧ୍ୟାରାଣୀ ମହାକୁଡ଼ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସ୍ଥାନୀୟ ଅଧିବାସୀଙ୍କୁ ଅବଗତ କରିଥିଲେ । ଅନ୍ୟପଟେ ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଶଗଡା ପଞ୍ଚାୟତରେ ଆଜିର ଏଭଳି କାର‌୍ୟ୍ୟକ୍ରମ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଏହାର ଗଭୀର ପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଉଛି କ୍ଷ

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031