Indus Valley Times

ଗଜପତି: ଇସ୍ରୋ ସହାୟତାରେ ସେଞ୍ଚୁରିଅନ ୟୁନଭରସିଟି ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଧନ-ଜୀବନ ସୁରକ୍ଷିତ ଓ କ୍ଷତି ହ୍ରାସ କରିବା ଉପରେ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ

 Breaking News

ଗଜପତି: ଇସ୍ରୋ ସହାୟତାରେ ସେଞ୍ଚୁରିଅନ ୟୁନଭରସିଟି ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଧନ-ଜୀବନ ସୁରକ୍ଷିତ ଓ କ୍ଷତି ହ୍ରାସ କରିବା ଉପରେ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ

July 13
21:10 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୭ : ବିକଶିତ ଭାରତ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରାଜ ସିତାପୁର ସ୍ଥିତ ସେଞ୍ଚୁରିଅନ ୟୁନଭରସିଟିର ସିଭିଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ୟୁନଭରସିଟିର ନିଉ ଅଡିଟରିଅମ ହଲ ଠାରେ ଆଜି ଭାରତ ସରକାରଙ୍କ ଇସ୍ରୋ: ସହାୟତାରେ ସେଣ୍ଟର ଫର୍ ଡାଟା ସାଇନ୍ସ ଏଣ୍ଡ ମେସିନ ଲାର୍ଣୀଙ୍ଗ ସହଯୋଗିତାରେ “ବିପର୍ଯ୍ୟୟ ପରିଚାଳନା ବେଳେ ଆଧୁନିକ ଯାନ୍ତ୍ରିକ ଓ ଜ୍ଞାନ କୌଶଳ ପ୍ରୟୋଗ କରି ଧନ ଜୀବନ ସୁରକ୍ଷା ସହ କ୍ଷତିକୁ କିଭଳି ହ୍ରାସ କରା ଯାଇପାରିବ , ସେ ଉପରେ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଚେତନତା କର୍ମଶାଳା କାର୍ଯ୍ୟକ୍ରମରେ ୟୁନଭରସିଟିର ରେଜିଷ୍ଟ୍ରାର ପ୍ରଫେସର ଡ଼ଃ ଅନିତା ପାତ୍ର ଅଧ୍ୟକ୍ଷତା କରି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
କାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ ତଥା ସାଇବର ଡିଜାଷ୍ଟର ରିସ୍କ୍ ମ୍ୟାନେଜମେଣ୍ଟ ଡିଭିଜନର ମୁଖ୍ୟ ପ୍ରଫେସର ଡ଼ଃ ସୂର୍ଯ୍ୟ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେଞ୍ଚୁରିଆନ ୟୁନଭରସିଟି ପକ୍ଷରୁ ଏଭଳି ଉଦ୍ୟମ ଭିତ୍ତିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ବିପର୍ଯ୍ୟୟ ପରିଚାଳନା ବେଳେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଅଧିକରୁ ଅଧିକ ଧନ ଜୀବନ କିଭଳି ସୁରକ୍ଷିତ ହେବା ସହ କ୍ଷତି ହ୍ରାସ ହୋଇପାରିବ ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇଥିଲେ ।
ଏଥିସହ ଏହି କର୍ମଶାଳାରେ ଯେଉଁ ବିଭିନ୍ନ ଅନୁଭବି ବକ୍ତାମାନେ ଆସି ସେମାନଙ୍କ ଅନୁଭୂତି ଓ ଅନୁଭବ ସମ୍ପର୍କରେ ଉପାଦେୟ ଶିକ୍ଷଣୀୟ ତଥ୍ୟ ଓ ସୂଚନା ମାନ ଦେବେ , ସେ ସବୁ ପ୍ରତି ଅବଗତ ଓ ସଚେତନ ହୋଇ ଆବଶ୍ୟକ ସମୟରେ ତାକୁ ଉପଯୋଗ କରିବାକୁ ହେବା ସହ ବିପର୍ଯ୍ୟୟ ସମୟରେ ଧନ ଜୀବନର ସୁରକ୍ଷା କରିବା କ୍ଷତିକୁ ହ୍ରାସ କରିବା ଦିଗରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ତଥା ଭାରତୀୟ ପାଣିପାଗ ବିଭାଗ ପୂର୍ବତନ ନିର୍ଦ୍ଦେଶକ ତଥା ଶିକ୍ଷା ଓ ଅନୁସନ୍ଧାନ ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଯୋଗଦେଇ ସେଞ୍ଚୁରିଅନ ୟୁନଭରସିଟି ପକ୍ଷରୁ ଏହି ଯେଉଁ ବିପର୍ଯ୍ୟୟ ପରିଚାଳନା ଉପରେ କର୍ମଶାଳା କାର୍ଯ୍ୟକ୍ରମ ରଖାଯାଇଛି , ତାହା ବର୍ତ୍ତମାନର ସମୟ ଉପଯୋଗି କାର୍ଯ୍ୟକ୍ରମ ବୋଲି କହି ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଫଳରେ ଏହା ପାଣିପାଗ ପାଇଁ ଏକ ବିପତ୍ତି ।
ବର୍ଷା ନ ହେଲେ ନାହିଁ , ଯଦି ହେଉଛି , ତା ହେଲେ ନିୟମିତ ଭାବେ ଲଗାତାର ବର୍ଷା ହୋଇ ତାହା ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଏଭଳି ଯେଉଁ ତତକ୍ଷଣାତ୍ ପରିସ୍ଥିତି ଆସୁଛି , ସେତେବେଳେ ତାର ତୀବ୍ରତା ଶକ୍ତି ଅଧିକ ରହୁଛି , ଫଳରେ ଅଧିକ ଧନ ଜୀବନ ଓ ଭିତ୍ତିଭୂମି ସବୁ ହାନୀ ହେବାର ସମ୍ଭାବନା ରହୁଛି ।
ସେଥିପାଇଁ ଆମକୁ ଏଥିପ୍ରତି ସଚେତନ ହୋଇ ଆଗୁଆ ପ୍ରସ୍ତୁତ ଓ ସତର୍କ ରହି କେଉଁ ବିପତ୍ତି ଆସିଲେ କଣ କରିବାକୁ ହେବ , ବନ୍ୟା , ବାତ୍ୟା , ଝଡାତୋଫାନ ଆସିଲେ ଆମେ କିଭଳି ସତର୍କ ହୋଇ ନିଜ ଧନ ଜୀବନ ସୁରକ୍ଷିତ ରଖିବା ସହ କେଉଁ ଅତ୍ୟାବଶ୍ୟକ ଜିନିଷ ଓ କାଗଜପତ୍ର ସୁରକ୍ଷିତ ରଖିବା ପାଇଁ କିଭଳି ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରିବା , ସେ ଦିଗରେ ସଚେତନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି-ଡିନ ତଥା କର୍ମଶାଳା କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ ସିଭିଲ ଇଞ୍ଜିନିୟରିଂ ବିଭାଗୀୟ ମୁଖ୍ୟ ଡ଼ଃ ରାଜୀବ କୁମାର ମାଝୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ଏବଂ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ଵାରା କର୍ମଶାଳା ବୁକଲେଟ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ବୁକ ଉନ୍ମୋଚନ କରା ଯାଇଥିଲା ।
କାର୍ଯ୍ୟକ୍ରମରେ ପ୍ରଫେସର ବିକ୍ରମ ନାରାୟଣ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆବାହନ ଓ ସ୍ଵାଗତ କରିବା ସହ କର୍ମଶାଳା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ କର୍ମଶାଳା କାର୍ଯ୍ୟକ୍ରମର ସହ-ଆବାହକ ଡ଼ଃ ମଦନ ମୋହନ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031