Indus Valley Times

ଗଜପତି : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ଯାତ୍ରା

 Breaking News

ଗଜପତି : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ଯାତ୍ରା

ଗଜପତି : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ଯାତ୍ରା
June 29
22:08 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୬ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ହୋଇ ସେନାପଟା ଲାଗି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା ହୋଇ ଶ୍ରୀ ମନ୍ଦିରରୁ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ବଡ଼ ଠାକୁରଙ୍କ ଦକ୍ଷିଣ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରେ ମାଟି କଳସିରେ ସୁବାସିତ ଚନ୍ଦନ ଜଳ ଦ୍ୱାରା ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ
୧୦୮ ପଇଡ଼ ପାଣି , ଗଙ୍ଗା ପାଣିରେ ତିନି ଠାକୁରଙ୍କୁ ସ୍ନାନ କରି ଚନ୍ଦନ ଲେପନ କରା ଯାଇଥିଲା।
ଶ୍ରୀମନ୍ଦିରର ସମସ୍ତ ସେବାୟତ ମାନଙ୍କ ଦ୍ୱାରା ଏହି ଦେବସ୍ନାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ପରେ ପରେ ପାରମ୍ପରିକ ରୀତିନୀତି ପ୍ରକାରେ ଚତୁର୍ଦ୍ଧା-ମୂର୍ତ୍ତିଙ୍କ ଚନ୍ଦନ ଲାଗି ଓ ବସ୍ତ୍ରଲାଗି କାର୍ଯ୍ୟ ସମ୍ପନ୍ନ ହେବା ପରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅପରାହ୍ନ ୪ଟା ବେଳେ ତିନି ଠାକୁରଙ୍କ ବିଭିନ୍ନ କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ମାନେ ପାରମ୍ପରିକ ରୀତିନୀତି ପ୍ରକାରେ ହାତୀ ତଥା ଗଜାନନ ବେଶରେ ଅତି ସୁନ୍ଦର ଭାବେ ସଜ୍ଜିତ କରିଥିଲେ।
ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ।
ବର୍ଷକେ ମାତ୍ର ଥରେ ଏହି ଦିନର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବଡ ଠାକୁର ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରୁଥିବା ଯୋଗୁଁ ଏହି ପବିତ୍ର ଆଧ୍ୟତ୍ମିକ ପରିବେଶ ମୟ ମହାପ୍ରଭୁଙ୍କ ପ୍ରଥମ ସ୍ନାନ-ଲୀଳା କାର୍ଯ୍ୟକ୍ରମ ଦର୍ଶନ କରିବା ଏବଂ ମହାପ୍ରଭୁଙ୍କ ସୌନ୍ଦର୍ଯ୍ୟ ମୟ ଗଜାନନ ବେଶ ଦେଖିବା ପାଇଁ ପ୍ରବଳ ଗୁଳୁଗୁଳିଆ ପାଗ ସତ୍ତ୍ୱେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930