Indus Valley Times

ଗଜପତି : ଗୁମ୍ମା ବ୍ଲକରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

 Breaking News

ଗଜପତି : ଗୁମ୍ମା ବ୍ଲକରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଗଜପତି : ଗୁମ୍ମା ବ୍ଲକରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
November 02
19:52 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୧୧ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ଆକଳନ ଓ ସମୀକ୍ଷାକୁ ନେଇ ଗୁମ୍ମା ସ୍ଥିତ ବ୍ଲକ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଓ ଆକଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଦୁଲାରାମ ମାରାଣ୍ଡି, ତହସିଲଦାର ଶରତ ଶବର ଏବଂ ସ୍ୱାସ୍ଥ୍ୟ ଅଧିକାରୀ’ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଲଗାଣ ବର୍ଷା ଯୋଗୁଁ ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି, ପ୍ରଭାବିତ ଅଞ୍ଚଳର ପରିସ୍ଥିତି ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ ସମ୍ପର୍କରେ ବୈଠକରେ ଆଲୋଚନା କରା ଯାଇଥିଲା।
ଏଥିସହ ବର୍ଷା ଯୋଗୁଁ ପ୍ରଭାବିତ ଜନସାଧାରଣଙ୍କ ସମସ୍ୟା, ଆବଶ୍ୟକ ସହାୟତା ଓ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ବିଧାୟକ ରୂପେଶ ପାଣିଗ୍ରାହୀ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତିକୁ ଗୁରୁତ୍ୱର ସହ ନେଇ ପ୍ରଭାବିତ ଅଞ୍ଚଳର ସଠିକ୍ ଆକଳନ ଓ ଆବଶ୍ୟକ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ଏହି ବୈଠକ କାର୍ଯ୍ୟକ୍ରମ ମୁଖ୍ୟତଃ ଗୁମ୍ମା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ଓ ପ୍ରଭାବିତ ଅଞ୍ଚଳର ଆବଶ୍ୟକତା ଚିହ୍ନଟ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30