Indus Valley Times

ଓଡ଼ିଶା ସୂଚନା କମିଶନଙ୍କ ମନମୁଖୀ ଓ ଆଇନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଅର୍ଡର ପୋଡ଼ି

 Breaking News

ଓଡ଼ିଶା ସୂଚନା କମିଶନଙ୍କ ମନମୁଖୀ ଓ ଆଇନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଅର୍ଡର ପୋଡ଼ି

November 21
19:47 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୧/୧୧: ରାଜ୍ୟ ସୁଚନା କମିଶନଙ୍କ ମନମୁଖୀ ଓ ଆଇନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦରେ ଓଡ଼ିଶା ସୁଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକର ସୂଚନା ଅଧିକାର କର୍ମୀ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।
ସୁଚନା ଅଧିକାର ଆଇନର ୨୦ ବର୍ଷ କାର୍ଯ୍ୟକାରିତାରେ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସମ୍ପର୍କିତ ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରିଛି ।
ସୂଚନା ଅଧିକାର ଆଇନକୁ ବ୍ୟବହାର କରି ସଧାରଣ ଲୋକେ ନିଜ ଅଧିକାର ପାଇଁ ଲଢେଇ କରୁଛନ୍ତି ।
ଅନେକ ସୂଚନା ଅଧିକାର କର୍ମୀ ଏହି ଆଇନ ଦ୍ୱାରା ବଡ ବଡ ଦୁର୍ନିତିର ଖୁଲାସା କରି ଲୋକ ଲୋଚନକୁ ଆଣିଛନ୍ତି ଏବଂ ଦୁର୍ନିତି ବିରୁଦ୍ଧରେ ସେମାନଙ୍କ ଲଢେଇ ଜାରି ରଖିଛନ୍ତି । ସୁଚନା ଅଧିକାର ଆଇନରେ ସୁଚନା କମିଶନଙ୍କୁ ଅନେକ କ୍ଷମତା ପ୍ରଦାନ କରାଯାଇଛି ।
ସୂଚନା ଆଇନର ଧାରା ୧୮,୧୯ ଓ ୨୦ ଅନୁଯାୟୀ ସୂଚନା କମିଶନ ସମସ୍ତ ଅପିଲ, ଅଭିଯୋଗର ଶୁଣାଣି କରି ନାଗରିକ ମାନଙ୍କୁ ସୂଚନା ପ୍ରଦାନ କରିଥାନ୍ତି ।
ଆବଶ୍ୟକ ସ୍ଥଳେ ସୁଚନା ପ୍ରଦାନରେ ଅବହେଳା ସମ୍ପର୍କରେ ତଦନ୍ତ କରି, ଆଇନ ଉଲ୍ଲଘଂନକାରି ଜନ ସୁଚନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ, କ୍ଷତିଗ୍ରସ୍ତ ନାଗରିକ ମାନଙ୍କୁ କ୍ଷତି ପୂରଣ ପ୍ରଦାନ ସହିତ ସୁଚନା ଅଧିକାର ଆଇନର ସଠିକ କାର୍ଯ୍ୟାନ୍ୱୟନ ନିମନ୍ତେ ସରକାରଙ୍କୁ ସୁପାରିଶ କରିଥାନ୍ତି ।
ବିଶେଷ କରି ସୁଚନା କମିଶନର ମନୋଜ ପରିଡ଼ା ଓ ଅନ୍ୟ କମିଶନର ମାନେ ଯେଭଳି ଭାବେ ଅବାନ୍ତର ଅର୍ଡର ଏବଂ ବେଆଇନ କେଶ ଶୁଣାଣି କରୁଛନ୍ତି ତାକୁ ସୂଚନା ଅଧିକାର ମାନେ ବିରୋଧ କରିଛନ୍ତି।
ପୂର୍ବ ସରକାରରେ ସୂଚନା କମିଶନରେ ପ୍ରାୟ ପଦବୀ ଖାଲି ଥିବା ବେଳେ ମୋହନ ସରକାର ଏହି କମିଶନର ପଦବୀରେ ଛ ମାସ ପୂର୍ବରୁ ମନୋଜ ପରିଡ଼ା ସମେତ ଅନ୍ୟ କମିଶନର ପଦବୀ ପୂରଣ କରିଛନ୍ତି।
କିନ୍ତୁ ଯେଉଁ ମାନଙ୍କୁ କମିଶନର ପଦବୀରେ ନିଯୁକ୍ତି ଦିଆଗଲା ସେମାନେ ତାଙ୍କର ମନମାନି ଆରମ୍ଭ କରିଦେଲେ। କୌଣସି ଅଭିଜ୍ଞତା ନଥିବା କାରଣରୁ ଏହି ବ୍ୟକ୍ତି ମାନେ ମନଇଛା କେଶ ଶୁଣାଣି କରୁଥିବା ନେଇ ପ୍ରତିବାଦ ସ୍ଥଳରେ ଉପସ୍ଥିତ କର୍ମୀ ମାନେ ଅଭିଯୋଗ କରିଥିଲେ।
ଯେଉଁଥିପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହିଭଳି ଅବାନ୍ତର ଅର୍ଡର କପି ଗୁଡ଼ିକୁ ନିଆଁ ଲଗାଇ ପ୍ରତିବାଦ କରାଯାଇଥିବା ସୂଚନା ଅଧିକାର କର୍ମୀମାନେ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ କମିଶନର ମାନଙ୍କୁ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ସଂଯୁକ୍ତା ପାଣିଗ୍ରାହୀ, ହୃଦାନନ୍ଦ କୋଦମାସିଂହ,ରବୀନ୍ଦ୍ର ମହାକୁଡ଼, ସଚିକାନ୍ତ ପ୍ରଧାନ, ପ୍ରଶାନ୍ତ ମହାପାତ୍ର ,ଅମରେଶ ରାଉତରାୟ, ସୂର୍ଯ୍ୟ ମହାନ୍ତି, ବିଟୁ ମହେଶ, ଭାଗିରଥି ସାହୁ,ଗଣେଶ୍ୱର ସେନାପତି, ବିଭୁ ମହେନ୍ଦ୍ର ସାହୁ,କାଳିଆ ସେନାପତି, ଗୌତମ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31