Indus Valley Times

ଗଜପତି: ଚନ୍ଦ୍ରଗିରି ଆଇଟିଆଇ: ଠାରେ “ବିଶ୍ବ ଯୁବ କୌଶଳ ଦିବସ” ପାଳିତ

 Breaking News

ଗଜପତି: ଚନ୍ଦ୍ରଗିରି ଆଇଟିଆଇ: ଠାରେ “ବିଶ୍ବ ଯୁବ କୌଶଳ ଦିବସ” ପାଳିତ

July 16
09:50 2022


ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୭ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଳିଆପଟ୍ଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ପରିସରରେ କାଳିଆପଟ୍ଟା ଆଇଟିଆଇ: ଏବଂ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ “ବିଶ୍ବ ଯୁବ କୌଶଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବିଭିନ୍ନ ସ୍କୁଲର ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ କାଳିଆପଟ୍ଟା ସ୍ଥିତ ଶିଶୁ-ଯତ୍ନ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଆସି ଯୋଗ ଦେଇଥିଲେ ।
ଏହି “ବିଶ୍ବ ଯୁବ କୌଶଳ ଦିବସ-୨୦୨୨ ପାଳନ ଅବସରରେ କାଳିଆପଟ୍ଟା ଆଇଟିଆଇ: ପରିସରରେ ଛାତ୍ରଛାତ୍ରୀ ମାନଙ୍କ କେରିଅର କାଉନସିଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସମ୍ପୃକ୍ତ ଆଇଟିଆଇ: ୱାର୍କସପକୁ ଏକ୍ସପୋଜର ଭିଜିଟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ଏସ: ସୁନାରାମ ସିଂହ , ଆଇଟିଆଇ: ଛାତ୍ରଛାତ୍ରୀ ମାନଙ୍କ ସଚେତନତା ନିମନ୍ତେ ଅନୁଷ୍ଠିତ ଏକ ଉଦ୍ୟୋଗୀତା ବିକାଶ କର୍ମଶାଳା କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ କୌଶଳ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଉପାଦେୟ ବିଷୟ ଅବଗତ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ମୋହନା ତହସିଲଦାର ଶ୍ରୀ କିଶୋର ଚନ୍ଦ୍ର ଦାସ , ଅତିରିକ୍ତ ତହସିଲଦାର , ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଜଗଦିଶ ହାଇବ୍ରୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବସ ପାଳନ ତାତ୍ପର୍ଯ୍ୟର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ଭଲ ପାଠ ପଢ଼ିବା ସହିତ ଯେ କୋଣସି ଉପରେ କୌଶଳ ବା ଦକ୍ଷତା ହାସଲ କରି ଭବିଷ୍ୟତରେ ଜଣେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଗଜପତି ଜିଲ୍ଲା କର୍ମ ନିୟୋଜନ କାର‌୍ୟ୍ୟାଳୟ ପକ୍ଷରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୋଟ ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶ୍ରୀ ବିଜୟ କୁମାର ମହାନ୍ତି ଏବଂ ଜିଲ୍ଲା କୌଶଳ ବିକାଶ ସଂଯୋଜକ ଶ୍ରୀ ବଦ୍ରି ନାରାୟଣ ମିଶ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031