Indus Valley Times

ଗଜପତି: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାୟତନ କାର୍ଯ୍ୟାବଳୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

 Breaking News

ଗଜପତି: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାୟତନ କାର୍ଯ୍ୟାବଳୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

July 26
22:19 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୭: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଗୁରାଣ୍ଡୀ ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ମୁକ୍ତ ଶିକ୍ଷାୟତନ କାର୍ଯ୍ୟାବଳୀ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ମେଡିକାଲ ଅଫିସର ଶ୍ରୀ ପତିତପାବନ ବାରୀକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟରେ ଯେଉଁ ଛୋଟ ପିଲାମାନେ ପାଠ ପଢୁଛନ୍ତି , ସେମାନେ ଆଗାମୀ ଦିନରେ ଯେଭଳି କୁ ସଙ୍ଗରେ ନ ପଡ଼ି ତମାଖୁ ଦ୍ରବ୍ୟ ଠାରୁ ସମ୍ପୂର୍ଣ ଭାବେ ଦୂରେଇ ରହିବେ ସେ ସମ୍ପର୍କରେ କହି ତମାଖୁ ସେବନର ଭୟାବହତା ଓ ଅପକାରିତା ସହ ଏହା ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଓ ମାନସିକତାରେ କେଉଁ ପ୍ରକାର ହାନି ସମସ୍ୟା ଦେଖା ଯାଇଥାଏ ସେ ସମ୍ପର୍କରେ କହି ସଚେତନ କରାଇ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି କୋଟପା ଆଇନ ପ୍ରକାରେ ବିଦ୍ୟାଳୟର ୧୦୦ ୟାର୍ଡସ୍ ଭିତରେ କୌଣସି ପ୍ରକାର ତମାଖୁ ବିକ୍ରିବଟା ରହିବା କୁ ପିଲାମାନଙ୍କୁ ତମାଖୁ ପ୍ରତି ପ୍ରଲୋଭିତ ଓ ପ୍ରୋତ୍ସାହିତ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ ।
ପରେ ବିଦ୍ୟାଳୟକୁ ତମାଖୁ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ତମାଖୁ ବ୍ୟବହାର ଠାରୁ ସମ୍ପୂର୍ଣ ଭାବେ ଦୂରେଇ ରହିବା ସହ ଏହାର ଆପକାରିତା ଓ ଭୟାବହତା ଉପରେ ଅନ୍ୟକୁ କହି ସଚେତନତା କରିବା ଉଦ୍ଦେଶ୍ୟ ନେଇ ଶପଥ ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଲିପ୍ସା ମିଶ୍ର ଏବଂ ବିଦ୍ୟାଳୟର ଆଲୁମିନ ଶ୍ରୀ ଭଗବତ ପାଢ଼ୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ତମାଖୁ ସେବନର ଭୟାବହତା ଓ ଅପକାରିତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଶେଷରେ ତମାଖୁ ସେବନର ଭୟାବହତା ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଆଲୁମିନ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ବବିତା ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031