Indus Valley Times

ଗଜପତି: ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
February 26
19:37 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୨: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୁଲ୍ୟରେ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ଠାରେ କମିଟିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ତନୁଜା ଶତପଥୀଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତା ମୂଳକ ନାରା ଦେଇ ନଗର ପରିକ୍ରମା କରିବା ସହ ସରକାରଙ୍କ ନିକଟରେ ତିନୋଟି ଦାବି ଉପସ୍ଥାନ କରା ଯାଇଥିଲା ।
ସେହି ଦାବୀ ଗୁଡିକ ମଧ୍ୟରେ (୧)-ଖାଉଟି ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେବା । (୨)-ଖାଉଟି ମାନଙ୍କୁ ଦିଆ ଯାଉଥିବା ଇନ୍ଧନ ଗ୍ୟାସ ସମ୍ପର୍କରେ ସଚେତନତା ଓ ସିଲେଣ୍ଡର ପିଛା ୨୦ ଟଙ୍କାକୁ ରୋକିବା (୩) ବିଦୁତ୍ ସ୍ମାର୍ଟ ମିଟର ଓ ବିଲ ପ୍ରତି ଉଚିତ୍ ସେବା ଧାରଣ କରିବା ।
ଏହି ଦାବୀ ଗୁଡିକ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏହି ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ହରି ମୋହନ ପଟ୍ଟନାୟକ , ଶ୍ରୀ ରୋକମ୍ ଲୋକନାଥ , ଶ୍ରୀ ବାଳକୃଷ୍ଣ,ବାଙ୍ଗାରୀ , ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ପି: ତ୍ରିନାଥ , ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031