Indus Valley Times

ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା

 Breaking News

ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା

ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା
August 15
17:11 2026

ଭୁବନେଶ୍ୱର, ୧୫/୮ : ୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ ସ୍ମରଣ କରିଥିଲେ। ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ଆମ ରାଜ୍ୟର ସ୍ୱାଧୀନତା ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ବିଦ୍ୟାଧର, ଚକରା ବିଷୋଇ, ଧର୍ମପଦ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମାଲତୀ ଚୌଧୁରୀ, ଭାଗୀରଥୀ ମହାପାତ୍ର ଓ ନୀଳକଣ୍ଠ ଦାସଙ୍କ ତ୍ୟାଗକୁ ମନେ ପକାଇଥିଲେ।
ଜାତୀୟ ଓ ଅନ୍ତର୍ଜାତୟସ୍ତରରେ ବହୁ କଡ଼ା ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସଠିକ୍ ଦିଗରେ ପରିଚାଳିତ କରିଥିଲେ। ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ମୋଦୀଙ୍କ ଶତ୍ରୁ ମନରେ ଭୟ ରହିଛି। ଯୁବଶକ୍ତି ମାନେ ଦେଶ ଗଠନର ସାମିଲ ହୋଇଛନ୍ତି। ୧୨ ବର୍ଷରେ ଦେଶ ପ୍ରଗତି କରୁଛି। ମାଓ ଦମନ ବା ରେଡ୍ ଟେରର ସମାପ୍ତ ହୋଇ ପାରିଛି। ସେଥିପାଇଁ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କୁ ଧନ୍ୟବାଦ ଦେଇଛନ୍ତି। ବ୍ୟାଙ୍କ୍ ଆକାଉଣ୍ଟ, ଗ୍ୟାସ ଏବେ ଅତି ସାଧାରଣ କଥା।
ସେହିପରି ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଦୁଇ ବର୍ଷରେ ରାଜ୍ୟ ପ୍ରଗତି କରିଛି। ନାଗରିକଙ୍କୁ ମୌଳିକ ସୁବିଧା ପ୍ରଦାନ କରାଯାଉଛି। ସଡ଼କ, ବିଜୁଳି, ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ପ୍ରଦାନ ପାଇଁ ସରକାର ବଦ୍ଧ ପରିକର। ଦେଶର ପ୍ରଥମ ରାଜ୍ୟ ଭାବେ କେଜିରୁ ପିଜି ଯାଏ ମାଗଣା ଶିକ୍ଷା ଏକ ଐତିହାସିକ ପଦକ୍ଷେପ। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୨୦୦ ଆବାସିକ ବିଦ୍ୟାଳୟ ନିର୍ମାଣ ହେବ। ୨୬ ହଜାର ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ଖାଦ୍ୟ ଓ ପୁସ୍ତକ ବଣ୍ଟନ କରାଯିବ। ଯାଜପୁର, କନ୍ଧମାଳ ଭଳି ଆଉ କିଛି ଜିଲ୍ଲାରେ ମେଡିକାଲ କଲେଜ ହେବ। କୃଷକ କୁ ସବୁ ପ୍ରକାର ସହାୟତା ମିଳିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930