Indus Valley Times

ଗୋଲଡେନ୍ ଆଓ୍ୱାରରେ ଉଦାହରଣ ସୃଷ୍ଟି କଲେ ସିଦ୍ଧାନ୍ତ : ଆହତଙ୍କୁ ମେଡିକାଲ ନେଲେ, ଚିକିତ୍ସା ବ୍ୟବସ୍ଥା ବି କରାଇଲେ

 Breaking News

ଗୋଲଡେନ୍ ଆଓ୍ୱାରରେ ଉଦାହରଣ ସୃଷ୍ଟି କଲେ ସିଦ୍ଧାନ୍ତ : ଆହତଙ୍କୁ ମେଡିକାଲ ନେଲେ, ଚିକିତ୍ସା ବ୍ୟବସ୍ଥା ବି କରାଇଲେ

ଗୋଲଡେନ୍ ଆଓ୍ୱାରରେ ଉଦାହରଣ ସୃଷ୍ଟି କଲେ ସିଦ୍ଧାନ୍ତ : ଆହତଙ୍କୁ ମେଡିକାଲ ନେଲେ, ଚିକିତ୍ସା ବ୍ୟବସ୍ଥା ବି କରାଇଲେ
July 03
14:54 2023

ଭୁବନେଶ୍ବର,୩/୭: ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କର ତାରିଫ କରାଯିବା ସହ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ବୋଲି ଟୁଇଟ୍ କରିଛି ଏସଟିଏ।
ସୂଚନାଯୋଗ୍ୟ, ରବିବାର ଖରାବେଳେ ପାହାଳ ପାଖ ରାଜପଥ ଉପରେ ଚଳଚ୍ଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଜଣେ ଗୁରୁତର ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇ ଉଦାହରଣ ସୃଷ୍ଟି କରିଥିଲେ।
ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଏକ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ବାଲିକୁଦା-ଗୋପାଳପୁର ପଟରୁ ଆସି ଜାତୀୟ ରାଜପଥରେ ଭୁବନେଶ୍ବର ଫେରୁଥିଲେ।
ପାହାଳ ପାଖ ଫ୍ଲାଏଓଭର୍ ଗଡ଼ାଣି ନନା ହୋଟେଲ ସାମନାରେ ଅପରାହ୍ଣ ୨ଟା ୧୫ରେ ତାଙ୍କ କାର ସାମନା ପ୍ରାୟ କୋଡ଼ିଏ ମିଟର ଦୂରରେ ଏକ ଭ୍ୟାନ୍ ପଛପଟୁ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ମାରି ବହୁବାଟ ଘୋଷାଡି ନେବା ଦେଖିଲେ।
ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ବାଇଁଙ୍କ ଗୋଟିଏ ଗୋଡ଼ ପ୍ରାୟ ଶରୀରରୁ ଅଲଗା ହେବା ସହ ପ୍ରଚୁର ରକ୍ତସ୍ରାବ ହେଉଥିଲା। ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ଆଗ ଡାକ୍ତରଖାନା ନେବା ପାଇଁ ସେ ବ୍ୟବସ୍ଥା କଲେ।
ତାଙ୍କ ପ୍ରଚେଷ୍ଟା ଉପସ୍ଥିତ ଯୁବକ, ପୁଲିସମାନଙ୍କ ମନରେ ଉତ୍ସାହ ଭରିଦେଲା। ଦ୍ରୁତ ଗତିରେ ନିଜ ଗାଡ଼ିରେ ଆମ୍ବୁଲାନ୍ସକୁ କେବଳ ପାଇଲଟିଂ କରି ବାଟ କଢ଼ାଇଲେ ନାହିଁ, ପୁଲିସ କମିସନରଙ୍କ ସାହାଯ୍ୟ ନେଇ ବେହେରାସାହିଠାରୁ ପିସିଆର୍ ଭ୍ୟାନ୍ ଯୋଗେ ଆମ୍ବୁଲାନ୍ସକୁ ଆହୁରି ଶୀଘ୍ର ବାଟ କଢ଼ାଇବାର ବ୍ୟବସ୍ଥା କରାଇଲେ।
ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସପିଟାଲରେ ତାଙ୍କୁ ନେଇ ଭର୍ତ୍ତି କରାଇଲେ। ଆହତ ବ୍ୟକ୍ତିଙ୍କ ମୋବାଇଲ ଫୋନରୁ ବହୁ କଲ୍ କରି ଶେଷରେ ଶ୍ରୀ ସ୍ବାଇଁଙ୍କ ପରିବାରବର୍ଗଙ୍କୁ ଖବର ଦେବାରେ ସଫଳ ହେଲେ। ସେମାନେ ସାଢ଼େ ଚାରିଟାରେ ଆସିବା ଯାଏ ନିଜେ ହସପିଟାଲରେ ଅପେକ୍ଷା କଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031