Indus Valley Times

ଚୀନ୍ ପରିସ୍ଥିତି ପାଇଁ ଖୁବ୍ ଚିନ୍ତିତ: ‘ହୁ’ ମୁଖ୍ୟ

 Breaking News

ଚୀନ୍ ପରିସ୍ଥିତି ପାଇଁ ଖୁବ୍ ଚିନ୍ତିତ: ‘ହୁ’ ମୁଖ୍ୟ

December 22
12:53 2022

ନୂଆଦିଲ୍ଲୀ,୨୨/୧୨: ଚୀନ୍ରେ ତାଣ୍ଡବ ରଚିଛି ମହାମାରୀ କରୋନା। ବଢ଼ୁଥିବା ସଂକ୍ରମଣକୁ ନେଇ ଏବେ ପୂରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ପ୍ରତି ସପ୍ତାହରେ ଚୀନ୍ରେ କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ଦେଖି ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ଡବ୍ଲୁଏଚ୍ଓ ଚିନ୍ତା ପ୍ରକଟ କରିଛି।
ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରିୟେସସ ବୁଧବାର ପୁଣିଥରେ ଚୀନ୍କୁ କରୋନା ସମ୍ପର୍କିତ ତଥ୍ୟ ମାଗିଛନ୍ତି। ସେ କହିଛନ୍ତି, ଚୀନ୍ରେ ବଢ଼ୁଥିବା ସଂକ୍ରମଣ ବେଶ୍ ଚିନ୍ତାଜନକ। ଏଠାକାର ଜିରୋ କୋଭିଡ ପଲିସି ନୀତି ହଟିବା ପରେ କରୋନା ସଂକ୍ରମଣ ଅହେତୁକ ଭାବେ ବଢ଼ି ଚାଲିଛି। ତେଣୁ ଚୀନ୍ ପୂରା ତଥ୍ୟ ସମସ୍ତଙ୍କ ଆଗରେ ରଖିବା ଉଚିତ।
ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି, କୋଭିଡ-୧୯ ପରେ ସ୍ଥିତି ଏବେ ପର‌୍ୟ୍ୟନ୍ତ ଆମ ବୁଝିବା ବାହାରେ ରହିଛି। ଦୀର୍ଘ ସମୟ ଧରି ସଂକ୍ରମଣରେ ପୀଡ଼ିତ ଲୋକଙ୍କର ଚିକିତ୍ସା କେମିତି କରାଯିବ ଆମେ ବୁଝିପାରୁନୁ। ମହାମାରୀର ଆରମ୍ଭ କେମିତି ହେଲା ଏହା ବୁଝିବା ପାଇଁ ସଠିକ ଡାଟାର ଆଶ୍ୟକତା ରହିଛି।
କୋଭିଡର ସମସ୍ତ ଡାଟା ଦେବାକୁ ଆମେ ଚୀନ୍କୁ ଅନୁରୋଧ କରିଛୁ। ଯଦି ଚୀନ୍ କରୋନା ଉତ୍ପତ୍ତିର ସଠିକ କାରଣ ଜଣାପଡୁନି ତେବେ ପୁଣିଥରେ ଏହି ମହାମାରୀ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିପାରେ ବୋଲି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକଟ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031