Indus Valley Times

ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ

 Breaking News

ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ

July 21
12:46 2024

ଜୟପୁର,୨୧/୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ଗାଁ ପାତ୍ରପୁଟର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି।
ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ପଞ୍ଚଭୂତରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ବିଲୀନ ହୋଇଛି।
ବିଶିଷ୍ଟ ଜୈବିକ କୃଷିବିତ୍ କମଳା ପୂଜାରୀ ନାରୀ ସଶକ୍ତୀକରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ବହନ କରିଥିଲେ। ଦେଶୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲାର ଏକମାତ୍ର ଆଦିବାସୀ ମହିଳା ଭାବେ ସେ ସମଗ୍ର ଦେଶରେ ପରିଚିତ ଥିଲେ।
ଓଡ଼ିଶାରେ ରହିଥିବା ପାରମ୍ପରିକ ଧାନ କିସମ ସଂରକ୍ଷଣ କ୍ଷେତ୍ରରେ ଲୋପ ପାଇଯାଉଥିବା ଦେଶୀ ଧାନକୁ ସଂଗ୍ରହ ଓ ସଂରକ୍ଷଣ କରି କମଳା କୋରାପୁଟ ଜିଲା, ରାଜ୍ୟ ଓ ଦେଶକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ। ସେ ୧୪୦ ପ୍ରକାର ଲୋପ ପାଇଯାଇଥିବା ଅତି ଦୁର୍ଲଭ କିସମର ଦେଶୀ ଧାନ ସଂଗ୍ରହ କରିପାରିଥିଲେ।
ପାରମ୍ପରିକ ରୀତିରେ ବିନା ସରକାରୀ ସହୟତାରେ କେବଳ ଗୋବର ଖତ ବ୍ୟବହାର କରି ସେ କଳାଜିରା, ହଳଦୀଗଣ୍ଠି, ଝିଲ୍ଲୀ, ଲଦିଆରି, ଉମୁରିଆଚୁଡି, ଲଲାଟ, ଘଣ୍ଟିଆ, ବରପକ, ସପୁରୀ, ଗଠିଆ, ପାରା, ମୋରା ଆଦି ଦେଶୀ ଧାନ ସଂରକ୍ଷଣ କରିଛନ୍ତି। ଏହି ବିହନ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ।
ବିଭିନ୍ନ ସମୟରେ ଆଖପାଖ ଅଞ୍ଚଳ ମହୁଲି, ବାଲିଗୁଡା, ବାଲିଆ, କୁମ୍ଭାରପଡା ସହ ଅନେକ ଗ୍ରାମର ଗ୍ରାମବାସୀଙ୍କୁ ଏକାଠି କରି ସେ ପାରମ୍ପରିକ କୃଷି ପଦ୍ଧତିରେ ଚାଷ କରିବାକୁ ସଚେତନ କରୁଥିଲେ। ପ୍ରେରଣା ଦେଉଥିଲେ। କମଳାଙ୍କ ଏହି ମହତ କାର‌୍ୟ୍ୟରେ ସହଯୋଗ ପାଇଁ ଜୟପୁରସ୍ଥିତ ଏମଏସ୍ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେଶନ ପ୍ରଥମେ ସହାୟତାରେ ହାତ ବଢାଇଥିଲେ।
ଶନିବାର କମଳା ପୂଜାରୀ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୬

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930