Indus Valley Times

ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ ଓ ଇୟର ଫୋନ ! ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

 Breaking News

ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ ଓ ଇୟର ଫୋନ ! ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ ଓ ଇୟର ଫୋନ ! ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା
November 24
21:09 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା ।
ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢୀ ଚିକିତ୍ସା ପାଇଁ ଆସୁଥିବା ଆଲୋଚିତ ହେଉଛି ।
କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢୀ କର୍ଣ୍ଣ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ଜଣାପଡିଛି ।
ଅତ୍ୟାଧୁନିକ ବିଦ୍ୟୁତ ଉପକରଣ ଠାରୁ ଆରମ୍ଭ କରି ବ୍ଲୁ ଟୁଥ ହିଁ କାନଜନିତ ସମସ୍ୟାର ମୁଖ୍ୟ କାରଣ ପାଲଟିଥିବା ବେଳେ ଏଭଳି ସାମଗ୍ରୀକୁ ଯଥାସମ୍ଭବ କମ ବ୍ୟବହାର କରିବାକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ତରଫରୁ ଯୁବପିଢୀଙ୍କୁ ପରାମର୍ଶ ଦେଉଛନ୍ତି ।
ସଂପ୍ରତି ବ୍ଲଟୁଥ, ଇଅର ଫୋନ ଓ ହେଡ ଫୋନ ବ୍ୟବହାର କରିବା କେତେକ ଯୁବପିଢୀଙ୍କ କ୍ଷେତ୍ରରେ ଏହା ଏକ ଫ୍ୟାସନ ପାଲଟିଯାଇଛି।
ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବ୍ଲଟୁଥ ବ୍ୟବହାର ଦିନକୁ ଦିନ ଏଭଳି ମାତ୍ରାରେ ବଢିବାରେ ଲାଗିଛି କିଛି ଯେ ମୋଟର ସାଇକେଲ କିମ୍ବା ବାଇକ ଚଳାଇବା ବେଳେ ବି ଏହି ଯନ୍ତ୍ରଟି କାନରେ ଲାଗିରହୁଛି ।
ଗାଡି ଚଳାଇବା ବେଳେ ବହୁ ଯୁବପିଢୀ ଏହି ବ୍ଲଟୁଥ ମାଧ୍ୟମରେ କଥାବାର୍ଡ଼ ହୋଇ ଗାଡିଚାଳନା କରୁଥିବା ବେଳେ ଅନ୍ୟ କେତେକ ଯୁବବର୍ଗ ଗୀତ ଶୁଣିବା ପାଇଁ ବି ଏହାର ବ୍ୟବହାର କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ।
ତେବେ କାନରେ ଲାଗୁଥିବା ଏହି ବ୍ଲୁ ଟୁଥ ର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ କିପରି ପଡୁଛି ତାହା ଜାଣିବା ପାଇଁ ପ୍ରାୟତଃ କାହାରି ପାଖରେ ସମୟ ନଥାଏ ।
ମାତ୍ରାଧିକ ବ୍ଲୁ ଟୁଥ ବ୍ୟବ‌ହାର କରିବା ଫଳରେ ଶ୍ରବଣଜନିତ ସମସ୍ୟା ଦେଖାଦେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି ।
ଏଥିରୁ ନିବୃତ ନରହିଲେ ଆଗାମୀ ଦିନରେ ବହୁ ଯୁବପିଢୀ ଶ୍ରବଣଜନିତ ସମସ୍ୟାକୁ ନେଇ ଏକ ବଡ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ହେଡଫୋନ ନିର୍ମାଣକାରୀ କମ୍ପାନୀ ବ୍ଲଟୁଥ, ଇଅର ଫୋନ, ହେଡ ଫୋନ ନିର୍ମାଣ କରିବା ସମ ସମୟରେ ଯୁବପିଢୀଙ୍କ ଶ୍ରବଣ ଶକ୍ତି ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି।
ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ ଏହି ବ୍ଲୁଟୁଥ, ଇଅର ଫୋନ, ହେଡ ଫୋନ ବ୍ୟବ‌ହାର କରି ଶ୍ରବଣଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଉଥିବା ମଧ୍ୟ ଚର୍ଚ୍ଚା ହେଉଛି
। କାନରେ ଯନ୍ତ୍ରଣା ହେବା, ଶୁଣିବାରେ ଅସୁବିଧା ସୃଷ୍ଟି ହେବା ଆଦି ନାନା କାନ ଜନିତ ସମସ୍ୟାକୁ ନେଇ ବହୁ ଯୁବପିଢୀ ସୁସ୍ଥ ହେବା ଲାଗି ଡାକ୍ତରଙ୍କ ପରାମର୍ଶ ନେଉଥିବା ଜଣାପଡିଛି । ମୋବାଇଲ ବ୍ଲୁ ଟୁଥ, ଇଅର ଫୋନ ଓ ହେଡ ଫୋନରୁ ଉଚ୍ଚ ଶବ୍ଦରେ ଶୁଣିବା ଯୋଗୁଁ କାନଜନିତ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କ ଭିତରୁ ଅଧିକାଂଶ ୪୦ ବର୍ଷରୁ କମ ବୟସର ଯୁବପିଢୀ ହୋଇଥିବା ଜଣାପଡିଛି।
ବାଲିଗୁଡା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ମାନେ ପରାମର୍ଶ ଦେଇ କହିଛନ୍ତି ଯେ, ବ୍ଲୁ ଟୁଥ ଓ ଇଅର ଫୋନ ନିୟମିତ ବ୍ୟବହାର କରିବା ଦ୍ବାରା ଶ୍ରବଣଜନିତ ସମସ୍ୟା ସହ ସହ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି ।
ଏଣୁ ଯୁବପିଢୀ ଯଥାସମ୍ଭବ ବ୍ଲୁ ଟୁଥ, ଇଅର ଫୋନ, ହେଡ ଫୋନ କମ ସମୟ ବ୍ୟବହାର କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930