Indus Valley Times

ଜାଗରରେ ବାବା ଧବଳେଶ୍ବର ମନ୍ଦିରରେ ରାତ୍ର ୧୧ ଟାରେ ଉଠିବ ମହାଦୀପ

 Breaking News

ଜାଗରରେ ବାବା ଧବଳେଶ୍ବର ମନ୍ଦିରରେ ରାତ୍ର ୧୧ ଟାରେ ଉଠିବ ମହାଦୀପ

February 13
18:10 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୩/୨: ଖୋରଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାଶିବରାତ୍ରି ପର୍ବ ପାଳନ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।
ରାତ୍ର ୧୧ ଟାରେ ମହାଦୀପ ଉଠିବା ସହିତ ହରିହର ଭେଟ ଦର୍ଶନ ଆରମ୍ଭ ହେବ। ମନ୍ଦିର ଟ୍ରଷ୍ଟି ବଦ୍ରି ନାରାୟଣ ସାହୁଙ୍କ ପୌରହିତ୍ୟରେ ଟ୍ରଷ୍ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆସନ୍ତା ୧୫ ତାରିଖ ଦିନ ମହାଶିବରାତ୍ରି ପର୍ବ ସୁଚାରୁରୂପେ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା।
ଭୋର ତିନିଟା ସମୟରୁ ପ୍ରଭୁ ଧବଳେଶ୍ୱରଙ୍କ ପହଡ଼ ଫିଟା ନୀତି କାନ୍ତି ଆରମ୍ଭ ହେବ। ଭୋର ସମୟରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଚାଲୁ ରହିବ।
ମନ୍ଦିର ବେଢ଼ାରେ ପ୍ରତିବର୍ଷ ଭଳି ଦୁଇ ଦିନ ସଂକ୍ରିତନ କାର୍ଯ୍ୟକ୍ରମ ଚାଲୁ ରହିବ। ରାତ୍ର ୮ ଟାରେ ପରେ ଗମ୍ଭିରା ସଫା କରିବା ସହ ପ୍ରଭୁଙ୍କୁ ନୂତନ ବସ୍ତ୍ର, କେତକୀ ଫୁଲରେ ସୁସଜ୍ଜିତ କରାଯାଇ ବେଢ଼ା ପରିକ୍ରମା କରାଯିବ।
ରାତ୍ର ୧୧ ଟାରେ ହରିହର ଭେଟ ଆରମ୍ଭ ହେବ ପରେ ପରେ ମହାଦୀପ ଉଠିବ। ବିଶ୍ୱାସ ରହିଛି ମହାଶିବରାତ୍ରୀରେ ଉଜାଗର ରହି ଧବଳେଶ୍ଵରଙ୍କ ପାଖରେ ଦୀପ ଜାଳି ମହାଦୀପ ଦର୍ଶନ କଲେ ମନୋସ୍କାମନା ପୂର୍ଣ୍ଣ ହୁଏ।
ବିଶ୍ୱାସ ଏବଂ ପରମ୍ପରାକୁ ଆଧାର କରି ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ସନ୍ଧ୍ୟା ସମୟରୁ ଆସି ମନ୍ଦିର ବେଢ଼ାରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ଦୀପ ଜାଳି ଥାଆନ୍ତି।
ଏଥି ପାଇଁ ମନ୍ଦିର ଟ୍ରଷ୍ଟି ପରିଚାଳନା କମିଟି ପକ୍ଷରୁ ବେଢାରେ ଏବଂ ମନ୍ଦିର ଚତୁର୍ପାଶ୍ୱରେ ଭକ୍ତ ମାନେ ବସି ଦୀପ ଜାଳିବା ପାଇଁ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଛି।
ସମସ୍ତଙ୍କ ପାଇଁ ଚଳିତ ବର୍ଷ ପ୍ରସାଦ ବ୍ୟବସ୍ଥା ରହିଛି। ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ଟ୍ରଷ୍ଟି, ସେବାୟତଙ୍କ ସହ ବୈଠକ ବସି ମହାଶିବରାତ୍ରୀ ପୂଜା ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଟ୍ରଷ୍ଟି ପକ୍ଷରୁ ସଭ୍ୟ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ମଳୟେଶ ପ୍ରଧାନ, ବସନ୍ତ କୁମାର ମହାପାତ୍ର, ସେବାୟତ ସଂଘର ସଭାପତି ତ୍ରିନାଥ ମହାପାତ୍ର ପ୍ରମୁଖ ଧବଳେଶ୍ଵର ଦେବଙ୍କ ମହାଶିବରାତ୍ରି ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ପୌର ପ୍ରଶାସନଙ୍କ ସହ ଆଲୋଚନା କରି ସେମାନଙ୍କ ସହଯୋଗ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031