Indus Valley Times

ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

 Breaking News

ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ
November 13
18:37 2024

ଭୁବନେଶ୍ୱର,୧୩/୧୧: ଆସନ୍ତା ବର୍ଷ ଜାନୁଆରୀ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ବୁଧବାର ଏନେଇ ସୂଚନ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଗତ ଜୁଲାଇରେ ଆରମ୍ଭ ହୋଇଥିବା ଇ-କେୱାୟିସି ଚଳିତ ମାସ ଶେଷ ହେବ ବୋଲି ଆଶା କରାଯାଉଛି।
ତଥ୍ୟ ଅନୁଯାୟୀ ଇ-କେୱାୟିସି ଯାଞ୍ଚ ସମୟରେ ୧୬ ଲକ୍ଷ ଜାଲ୍ ଉପଭୋକ୍ତା ବାଦ ପଡିଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ପାତ୍ର କହିଛନ୍ତି। ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଛନି ଯେ, ଆସନ୍ତା ଜାନୁଆରି ମାସରୁ ଉପଭୋକ୍ତାମାନେ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଚାଉଳ ସହିତ ଗହମ ପାଇବେ।
ସେ କହିଥିଲେ, ଜାନୁଆରୀ ମାସରୁ ଗହମ ମିଳିବ। ଏଥିପାଇଁ ସମସ୍ତ ଜିଲାରୁ ଉପଭୋକ୍ତାଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଆବଶ୍ୟକକୁ ଦୃଷ୍ଟିରେ ରଖି ସରକାର ଯୋଗାଣ ପାଇଁ ଟେଣ୍ଡର ଡାକିବେ। ତେବେ ବର୍ତମାନ ଚାଲିଥିବା ଇ-କେୱାୟୀସି ପାଇଁ ସମୟ ଲାଗୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930