Indus Valley Times

“ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତିମେଳାରପ୍ରଥମ ସନ୍ଧ୍ୟା”

 Breaking News

“ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତିମେଳାରପ୍ରଥମ ସନ୍ଧ୍ୟା”

December 05
18:27 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧୨: ସ୍ଥାନୀୟ ଜିଲ୍ଲା କଚେରୀ ପଡ଼ିଆଠାରେ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି । ପାଞ୍ଚଦିନ ଧରି ହେବାକୁ ଥିବା ମେଳା ପ୍ରଥମ ସଂଧ୍ୟ୍ୟାରେ ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ , ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମେଳାର ଶୁଭ ଉଦଘାଟନ କରିଥିଲେ ।
ମାନ୍ୟବର ଜିଲ୍ଲାପାଳ ବୌଦ୍ଧ ତଥା ଜିଲଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ସମ୍ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ମହୋଦୟା, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ମହୋଦୟ, କନ୍ଧମାଳର ନିର୍ବାହୀଯନ୍ତ୍ରୀ(କୃଷି) ଇଂ ନରେନ୍ଦ୍ର କୁମାର ପାଣିଗ୍ରାହୀ ମହୋଦୟ ଓ ବୌଦ୍ଧ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ମହୋଦୟ ଓ ମୁଖ୍ୟ ବକ୍ତା ଭାବେ ମୁଖ୍ୟଯନ୍ତ୍ରୀ (କୃଷି), କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର ଇଂ ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ମାନ୍ୟବର ମନ୍ତ୍ରୀ ତଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର କୃଷି ବଜେଟ ଏବଂ କୃଷି ଯନ୍ତ୍ରପାତି ତଥା ଉନ୍ନତ ଜ୍ଞାନ କୌଶଳ ଦ୍ୱାରା କିଭଳି ଓଡ଼଼ିଶାର ଖାଦ୍ୟ ନିରପ୍ତ୍‌ା କୁ ସୁଦୃଢ କୃଷି ବଜେଟ ଏବଂ କୃଷି ଯନ୍ତ୍ରପାତି ତଥା ଉନ୍ନତ ଜ୍ଞାନ କୌଶଳ ଦ୍ୱାରା କିଭଳି ଓଡ଼଼ିଶାର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରି ୫ ଥର କୃଷି କର୍ମଣ ପୁରସ୍କାର ପାଇଛି ତାହା ଉଲ୍ଲେଖ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲ କରିବା ପାଇଁ ସରକାରଙ୍କର ପ୍ରଚେଷ୍ଟା ଗୁଡ଼ିକ ଉପରେ ଦୃଷ୍ଟି ଆକଁଷଣ କରିଥିଲେ ।ବିଶେଷ କରି ଗ୍ରାମାଞ୍ଚଳେରେ ବେକାରୀ ସମସ୍ୟା ଦୂର କରିବା ପାଇଁ ଏହି କୃଷି ଯନ୍ତ୍ରପାତି ଏକ ନୂତନ ସମ୍ଭାର ସୃଷ୍ଟି କରିବ ଏଥିରେ ବିମତ ନାହିଁ ବୋଲି ତାଙ୍କ ଅଭିଭାଷଣରେ ପ୍ରଯୁକ୍ତି ବିଦ୍ୟା, କୃଷିକ୍ଷେତ୍ରରେ ବ୍ୟବସାୟିକକରଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କୃଷିଉଦ୍ୟୋଗୀ ଯୋଜନା ମାଧ୍ୟମରେ କୃଷି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇକରି ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ବରେଣ୍ୟ ବକ୍ତାଗଣ କୃଷି ଯନ୍ତ୍ରପାତିର ବ୍ୟବହାର ତଥା ମେଳାର ଆଭିମୁଖ୍ୟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ମେଳାରେ ୧୨୩ଜଣ ଚାଷୀ ଭାଇ,ଭଉଣୀ ଓ ସ୍ୱଂୟ ସହାୟକ ଗୋଷ୍ଠୀମାନେ ୧.୫୭ କୋଟି ଟଙ୍କା ରିହାତି ମୂଲ୍ୟର ବିଭିନ୍ନ ଯନ୍ତ୍ରପାତି କିଣିବା ନିମନ୍ତେ ଅନଲାଇନରେ ଆବେଦନ କରିଛନ୍ତି । ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ଏହି ବୁକିଙ୍ଗ ପ୍ରକ୍ରିୟା ବୋଲା ଥିବାରୁ, ଏହା ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି କୃଷି ଯନ୍ତ୍ରୀ ଆଶ୍ୟାକ୍ତ କରିଥିଲେ । ଏହି ମେଳାରେ ୪୦ ଗୋଟି ଷ୍ଟଲ ମଧ୍ୟରୁ ୨୫ ଗୋଟି ଷ୍ଟଲରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଏବଂ ଅନ୍ୟ ୧୫ ଗୋଟି ଷ୍ଟଲ ବିଭାଗୀୟ କାର୍ଯ୍ୟକ୍ରମ , ବ୍ୟାଙ୍କ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ଏହି ମେଳାରେ ଜିଲ୍ଲାର ଶତାଧିକ ଚାଷୀ ଗୋଯଦେଇଥିଲେ ଏହି ଅବଶେଷରେ କୃଷି ଓ ଆନୁଷାଙ୍ଗିକ ବିଭାଗ ଦ୍ୱାରା ଆଲୋଚନା ଚକ୍ର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଅଛି ।
ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ରିହାତି ଦରରେ ବିଭିନ୍ନ ପ୍ରକାର କୃଷି ଉପରକରଣ ଯଥା ଟ୍ରାକ୍ଟର, ପାୱାରଟିଲର, ରୋଟାଭେଟର ପ୍ରଦାନ କରାଯାଇଥିଲା । ବୌଦ୍ଧରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ୫ ଗୋଟି ସ୍ୱୟଂସହାୟକ ଗୋଷ୍ଠୀ ଯଥା ବଘିଆପଡ଼ାର ଜୟ ଶ୍ରୀରାମ ଗୋଷ୍ଠୀଙ୍କୁ ମାଣ୍ଡିଆ ଚୂନା ଯନ୍ତ୍ର ମାଗଣାରେ ଅତିଥି ମାନଙ୍କ ଦ୍ୱାରାପ୍ରଦାନ କରାଯାଇଥିଲା ।
ମାଣ୍ଡିଆ ଟିଫିନ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ବୌଦ୍ଧ ଅଏଁଳାପାଲିର ମା’ ମାହେଶ୍ୱରୀ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦,୦୦୦/-ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଗଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସଭାକୁ ଗୋଷ୍ଠୀ କୃଷି ଅଧିକାରୀ, ହରଭଙ୍ଗା ଶ୍ରୀଯୁକ୍ତ ସବ୍ୟସାଚୀ ଦାସ ମହୋଦୟ ପରିଚାଳନା କରୁଥିଲେ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପାଣିଗ୍ରାହୀ ମହୋଦାୟ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031