Indus Valley Times

ଜେଲ୍ ପରସରରେ ଅନ୍ତୋବସୀଙ୍କୁ ନେଇ ହେଉଥିବା ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

 Breaking News

ଜେଲ୍ ପରସରରେ ଅନ୍ତୋବସୀଙ୍କୁ ନେଇ ହେଉଥିବା ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

December 20
19:31 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୧୨ : ବୌଦ୍ଧ ଜିଲ୍ଲା ଜେଲ୍ ପରିସରରେ ଅନ୍ତୋବାସୀ ମାନଙ୍କୁ ନେଇ ଏକ ମାସିକିଆ ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଲଣ୍ଡିବନ୍ଧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ବୌଦ୍ଧ ଜିଲ୍ଲା ଜେଲ୍ ର ମିଳିତ ସହଯୋଗରେ ଜେଲ୍ ଅନ୍ତୋବାସି ମାନଙ୍କର ଉନ୍ନତି ପାଇଁ ତା.୨୦-୧୧-୨୪ ରୁ ତା.୧୯-୧୨-୨୪ ରିଖ ପଯ୍ୟନ୍ତ ଏହି କାର‌୍ୟ୍ୟକ୍ରମ ଟି ଚାଲିଥିଲା।
ପ୍ରଶିକ୍ଷକ ଶ୍ରୀ ପଞ୍ଚାନନ ମହାରଣା ଙ୍କ ତତ୍ଵାବଧାନରେ ୩୧ ଜଣ ଅନ୍ତୋବାସି ପାଣି ପାଇପ୍ ମରାମତି ସମ୍ପର୍କ ରେ ସମସ୍ତ ଜ୍ଞାନ ଆହରଣ କରି ଥିଲେ। ଉଦଯାପନୀ ଉତ୍ସବରେ ଷ୍ଟେଟ ବ୍ୟାଙ୍କ ଆର୍. ସେ.ଟି ର ଏ. ଜି. ଏମ ଶ୍ରୀ ତପନ କୁମାର ସହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।
ଆଜି ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଓ ଜିଲ୍ଲା ମୁଖ୍ୟ ନ୍ୟାୟାଧିଶ ଶ୍ରୀ ପ୍ରତାପ କୁମାର ପାତ୍ର ଯୋଗ ଦେବା ସହ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାଗରାଜ ଦେବରକୋଣ୍ଡା, ଏ.ଡି. ଏମ. ଶ୍ରୀ ଅନିରୁଦ୍ଧ ପ୍ରଧାନ, ସମ୍ପାଦିକା ଜିଲ୍ଲା ନ୍ୟାୟିକ ସେବା ଅଧିକାରୀ ଶ୍ରୀମତୀ ଶାଶ୍ବତୀ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ଜୟକୃଷ୍ଣ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଜେଲ୍ ଅନ୍ତୋବାସି ମାନେ କିପରି ଆଗକୁ ଆତ୍ମ ନିର୍ଭରଶିଳ ହୋଇ ସମାଜ ର ମୂଖ୍ୟ ସ୍ରୋତ ରେ ନିଜକୁ ସାମିଲ କରିବେ ସେ ସମ୍ପର୍କ ରେ ଅତିଥି ମାନେ ଆଲୋକପାତ କରିବା ସହିତ ସମସ୍ତ ଙ୍କୁ ମାନପତ୍ର ପ୍ରଦାନ କରି ଥିଲେ। କାର୍ଯ୍ୟକ୍ରମ ଟିକୁ କାରାଧକ୍ଷ ଶ୍ରୀଯୁକ୍ତ ଜଗତ ବିହାରୀ ରାଉତରାୟ ପରିଚାଳନା କରିଥିଲେ ଏବଂ ଆର୍.ସେ.ଟି ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଚିତ୍ର ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜେଲ୍ ଓ ଆର୍.ସେ.ଟି ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031