Indus Valley Times

ଅଭାବନୀୟ ଘଟଣା, ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

 Breaking News

ଅଭାବନୀୟ ଘଟଣା, ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

December 15
10:15 2024

ସୁନ୍ଦରଗଡ଼, ୧୫/୧୨ : ସୁନ୍ଦରଗଡ଼ ଜିଲ୍ଲା ତାମରା ରେଞ୍ଜର କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଦୁଇ ଜଣ ଛୁଆଙ୍କୁ ମାରି ଦେଇଛି ହାତୀ। ସେମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ। ପୁଅଟିକୁ ୧୨ ବର୍ଷ ହୋଇଥିଲା। ଝିଅଟିକୁ ୩ ବର୍ଷ ହୋଇଥିଲା।
ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗି ଦେଇଥିଲା। ହାତୀ ଘର ଭାଙ୍ଗୁ ଥିବା ଦେଖି ପରିବାରର ସଦସ୍ୟମାନେ ଘର ବାହାରକୁ ଦୌଡ଼ି ପଳାଇ ଯାଇଥିଲେ।
ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ୧୨ ବର୍ଷର ବାଳକଟି ଦୌଡ଼ି ଯାଉଥିବା ବେଳେ ହାତୀ ତାକୁ ଟାଣି ନେଇ କଚାଡ଼ି ଦେଇଥିଲା। ସେହିପରି ଘରେ ରହିଯାଇଥିବା ୩ ବର୍ଷର ଝିଅଟିକୁ ମଧ୍ୟ ହାତୀ ମାରି ଦେଇଥିଲା।
ଖବର ପାଇ ପୁଲିସ ଓ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘଟଣାର ଯାଞ୍ଚ କରିଛନ୍ତି।
ଶୁକ୍ରବାର (ଡିସେମ୍ବର ୧୩) ରାତିରେ ସୁନ୍ଦରଗଡ଼ ଜିଲ୍ଲା ତାମଦା ରେଞ୍ଜର ସାପଲତା ବିଟ୍‌ର ରୁଷି ମଠ ଜଙ୍ଗଲରେ ହାତୀ ଆକ୍ରମଣରେ ବନ ବିଭାଗର ଜଣେ ପାରା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ଛାତି ପିଞ୍ଜରା ଭାଙ୍ଗି ଯାଇଛି। ରାତିରେ ହାତୀ ଟ୍ରାକିଂରେ ଯାଇଥିବା ବେଳେ ଏକ ହାତୀ ଗୋଡ଼ାଇବାରୁ ଅନ୍ୟ ବନ କର୍ମଚାରୀମାନେ ଦୌଡ଼ି ପଳାଇଥିଲେ। କିନ୍ତୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ପାରା କର୍ମଚାରୀ ଜଣଙ୍କ। ହାତୀ ଆକ୍ରମଣରେ ସେ ଆହତ ହୋଇ ଏକ ବଡ଼ ପଥର ପାଖରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା। ତାଙ୍କୁ ଖୋଜାଖୋଜି କରି ପ୍ରାୟ ୮ ଘଣ୍ଟା ପରେ ଗତକାଲି ସକାଳେ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ରାଉରକେଲାରେ ତାଙ୍କର ଚିକିତ୍ସା ଚାଲିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031