Indus Valley Times

ଡାକ୍ତର ଅମ୍ଲାନ ଭୋଇଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

 Breaking News

ଡାକ୍ତର ଅମ୍ଲାନ ଭୋଇଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ଡାକ୍ତର ଅମ୍ଲାନ ଭୋଇଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ
June 08
18:53 2024

ମାଲକାନଗିରି,୮/୬: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା।
ତେବେ ଏହି ଅଭିଯୋଗ ପରେ ପୋଲିସ ଡାକ୍ତର ଅମ୍ଳାନଙ୍କ କ୍ୱାର୍ଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ତଦନ୍ତ ସମୟରେ ଡାକ୍ତରଙ୍କ ରୁମ୍ରୁ ଏକ ସିପିଆଇ ମାଓବାଦୀଙ୍କ ହାତ ଲେଖା ଚିଠି ମିଳିଥିଲା।
ତେବେ ଏହାପରେ ପୋଲିସ ଏକ ଟିମ୍ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ୫ ତାରିଖରେ ଡାକ୍ତର ଅମ୍ଳାନ କର୍ନାଟକର ରାମନଗର ଜିଲାର ହରାହୋଲି ବସ୍ଷ୍ଟାଣ୍ଡରେ ଥିବା ଖବର ମିଳିଥିଲା।
ଏହା ପରେ ଏକ ଟିମ୍ ସେଠାରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତର ନିଜ ଇଚ୍ଛାରେ ଯାଇଥିଲେ ଏହି ଘଟଣାରେ ମାଓବାଦୀଙ୍କ ସମୃକ୍ତି ନ ଥିବା ମାଲକାନଗିରି ଏସ୍ପି ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031