Indus Valley Times

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

 Breaking News

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ
January 03
11:34 2023

କେନ୍ଦୁଝର,୩/୧: ବିଷକ୍ରିୟାରୁ ହୋଇଛି ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ। ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏପରି ରିପୋର୍ଟ ଆସିଥିବା ସ୍ପଷ୍ଟ କରିଛନ୍ତି କେନ୍ଦୁଝର ସିଡିଏମଓ। ତେବେ ଅଧିକ ଯାଞ୍ଚ ପାଇଁ ପୁଲିସ୍ ଜବତ କରିଥିବା ବିଷ ବୋତଲ ଓ ଶୁଭ୍ରଶ୍ରୀଙ୍କ ଭିସେରା ରିପୋର୍ଟକୁ ଭୁବନେଶ୍ୱରସ୍ଥିତ ଫରେନସିକ୍ ଲ୍ୟାବକୁ ପଠାଯିବ । ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍ଓ । ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ ସିଡିଏମ୍ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।
ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।
ଏକ ପୁଲିସ୍ ଟିମ୍ ଉକ୍ତ ବୋତଲ ସମେତ ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ ଧରି ଆଜି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ପ୍ରାୟ ସପ୍ତାହେ ପରେ ଉକ୍ତ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ବୋଲି ସିଡିଏମ୍ଓ କହିଛନ୍ତି।
ପ୍ରେମରେ ପ୍ରତାରିତା ହୋଇ ଶୁଭଶ୍ରୀ ଏପରି ପଦକ୍ଷେପ ଉଠାଇଥିବା ତାଙ୍କ ଏତଲାରୁ ସ୍ପଷ୍ଟ ହୋଇଛି। ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦେଇଥିବା ଏତଲାରୁ ଏହା ସ୍ପଷ୍ଟ ହୋଇଛି। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର ।
ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଦିବ୍ୟରଞ୍ଜନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଉକ୍ତ ଦିନ ପଚରାଉଚରା ପାଇଁ ଦିବ୍ୟରଞ୍ଜନଙ୍କୁ ଥାନାକୁ ଡାକିଥିଲା। ତେବେ ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା।
ହେଲେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ନିଜ ଚାକିରିରୁ ଇସ୍ତଫା ଦେଇ କେଉଁଆଡ଼େ ଚାଲି ଯାଇଥିଲେ। ତାଙ୍କ ଫୋନ୍ ସୁଇଚ ଅଫ ଆସୁଥିବା ବେଳେ ସେ ଏବେ କେଉଁଠି ସେ ନେଇ ସୂଚନା ମିଳୁନି। ଦିବ୍ୟରଞ୍ଜନ କାମ କରୁଥିବା ଘରୋଇ ସଂସ୍ଥାକୁ ଏକ ପୁଲିସ୍ ଟିମ୍ ଯାଇଥିବା ବେଳେ ତାଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ତେଣୁ ପୁଲିସ୍ ଏବେ ଦିବ୍ୟରଞ୍ଜନଙ୍କୁ ଖୋଜାଖୋଜି ପ୍ରକ୍ରିୟାକୁ ଜୋରସୋରରେ ଆରମ୍ଭ କରି ଦେଇଛି। କାରଣ ସିଏ ଧରା ପଡ଼ିଲେ ହିଁ ଶୁଭଶ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରେ ବୋଲି ଆଲୋଚନା ହେଉଛି।
ଅପରପକ୍ଷେ, ଝିଅର ପ୍ରେମ ସମ୍ପର୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଅଗୋଚରରେ ଥିବା କହିଛନ୍ତି ଶୁଭଶ୍ରୀଙ୍କ ପିତା। ତେଣୁ କ’ଣ ପାଇଁ ସେ ଏତେ ବଡ଼ ପଦକ୍ଷେପ ଉଠାଇଲେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031