Indus Valley Times

ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ ‘ଦୀପ୍ତି’ ପୋର୍ଟାଲ୍ ଶୁଭାରମ୍ଭ

 Breaking News

ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ ‘ଦୀପ୍ତି’ ପୋର୍ଟାଲ୍ ଶୁଭାରମ୍ଭ

ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ ‘ଦୀପ୍ତି’ ପୋର୍ଟାଲ୍ ଶୁଭାରମ୍ଭ
September 26
18:52 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨୬/୯: ଅଙ୍ଗନୱାଡି କେନ୍ଦ୍ରକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ରାଜ୍ୟବ୍ୟାପୀ ‘ଅଙ୍ଗନ କା ଉତ୍ସବ’ ଅଭିଯାନ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭର୍ଚୁଆଲ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରିବା ସହ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଦୁଇଟି ବଡ଼ ଘୋଷଣା କରିଛନ୍ତି।
ସବୁଠାରୁ ବଡ଼ ଖବର ହେଉଛି, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବାର୍ଷିକ ପୋଷାକ ଭତ୍ତା ୧,୩୯୦ ଟଙ୍କାରୁ ବଢ଼ି ୧,୫୦୦ ଟଙ୍କା କରାଯାଇଛି। ଏଥିପାଇଁ ସରକାର ୨୨.୩୦ କୋଟି ଟଙ୍କା ବ୍ୟୟ କରିବେ ଏବଂ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନୱାଡି କର୍ମୀ ଓ ସହାୟିକା ସିଧାସଳଖ ଉପକୃତ ହେବେ। ଏହି ଭତ୍ତାରେ କେନ୍ଦ୍ର ସରକାର ୬୦୦ ଟଙ୍କା ଏବଂ ରାଜ୍ୟ ସରକାର ୯୦୦ ଟଙ୍କା ଯୋଗାଇବେ।
ବିଦ୍ୟୁତ୍ ବିଲ୍ ପାଇଁ ଆସିଲା DIPTI ପୋର୍ଟାଲ
ଏହି ଅବସରରେ DIPTI (Direct Invoice Payment & Tracking Interface) ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ବିଦ୍ୟୁତ୍ ବିଲ୍ ଯାଞ୍ଚ, ପୈଠ ଓ ଟ୍ରାକିଂ ସମ୍ପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥାରେ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ଓ ଡିସକମ୍‌ର ମିଳିତ ପ୍ରୟାସରେ ବିକଶିତ ଏହି ପୋର୍ଟାଲ ଓଡ଼ିଶାର ପ୍ରଥମ ସରକାରୀ ଡିଜିଟାଲ୍ ପାୱାର ବିଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଦ୍ୱାରା ଅଙ୍ଗନୱାଡି କର୍ମୀଙ୍କ ଉପରେ ଥିବା ଆର୍ଥିକ ଓ ପ୍ରଶାସନିକ ଚାପ କମିବ, ଫଳରେ ସେମାନେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଏବଂ ପ୍ରାଥମିକ ଶିକ୍ଷା ଉପରେ ଅଧିକ ସମୟ ଦେଇପାରିବେ।
୩ ଦିନ ଧରି ଚାଲିବ ଉତ୍ସବ
୨୭ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ୭୪,୨୨୪ ଅଙ୍ଗନୱାଡି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ ପାଳନ କରାଯିବ। ପୋଷଣ ମାସ ଓ ସେବା ସଂକଳ୍ପ ଅଭିଯାନ ସହ ଜଡ଼ିତ ଏହି କାର୍ଯ୍ୟକ୍ରମରେ ୩୭.୧୧ ଲକ୍ଷରୁ ଅଧିକ ହିତାଧିକାରୀ ଏବଂ ୧୩.୦୩ ଲକ୍ଷ ଶିଶୁ ଅଂଶଗ୍ରହଣ କରିବେ।
ପ୍ରଥମ ଦିନ ପୋଷଣ ପିଠା ଓ ରନ୍ଧନ ପ୍ରତିଯୋଗିତା, ଦ୍ୱିତୀୟ ଦିନ ଶିଶୁଙ୍କ ପାଇଁ ଖେଳ, କାହାଣୀ ଓ ପୋଷ୍ଟିକ ଖାଦ୍ୟ ବଣ୍ଟନ, ତୃତୀୟ ଦିନ ପୋଷଣ, ସୁଭଦ୍ରା, ମମତା, ପିଏମ୍-ଆବାସ ଭଳି ଯୋଜନା ସଚେତନତା କାର୍ଯ୍ୟକ୍ରମ ସହ ‘ତିରଙ୍ଗା ଥାଳି’ ପରିବେଷଣ କରାଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930