Indus Valley Times

ଢେଙ୍କାନାଳ : ଫୁଟିଲା ଗୁଳି, ଭୟରେ ଛାତରୁ ଖସି ପଡ଼ିଲେ ଯୁବକ

 Breaking News

ଢେଙ୍କାନାଳ : ଫୁଟିଲା ଗୁଳି, ଭୟରେ ଛାତରୁ ଖସି ପଡ଼ିଲେ ଯୁବକ

ଢେଙ୍କାନାଳ : ଫୁଟିଲା ଗୁଳି, ଭୟରେ ଛାତରୁ ଖସି ପଡ଼ିଲେ ଯୁବକ
September 25
10:57 2022

ଢେଙ୍କାନାଳ, ୨୫/୯: ଢେଙ୍କାନାଳ ସଦର ଥାନା କାଙ୍କଡପାଳ ଗାଁରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିକାଣ୍ଡ କରି ପଳାଇ ଯାଇଥିଲେ. ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରୁ ୩ଟି ଖୋକା ଜବତ କରିଛି।
ଗତକାଲି ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ।ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନଦେବାରୁ ସେମାନେ କାଙ୍କଡପାଳ ଗାଁକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।
ପରେ ବଜରଙ୍ଗ କ୍ଲବ ପକ୍ଷରୁ ଗାଁର କ୍ଲବ ଘରେ ଗଣେଶପୂଜା ହିସାବ ଚାଲିଥିବା ବେଳେ ତିନିଜଣ ଯୁବକ ସେଠାରେ ପହଞ୍ଚି ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସି ପଳାଇଥିଲେ।
ଛାତ ଉପରେ ବସି ହିସାବ କରୁଥିବା କାଙ୍କଡପାଳ ଗାଁର ଅଜିତ କୁମାର ସାହୁ ବୋମାମାଡ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡିଥିଲେ।ଫଳରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି। ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ରହିଛି। କୌଣସି ପୁର୍ବ ଶତ୍ରୁତା ନ ଥାଇ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ସେନେଇ ଅଧିକ ତଦନ୍ତ କରୁଛି ସଦର ଥାନା ପୁଲିସ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031