Indus Valley Times

ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

 Breaking News

ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

November 12
19:22 2025

ଗୁରୁଦୟାଲ ହଂସଙ୍କ ରିପୋର୍ଟ
କଣ୍ଟାବାଞ୍ଜି,୧୨/୧୧ : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ତୁରେକେଲା ସରକାରୀ ହାଇସ୍କୁଲ ଖେଲ ପଡିଆରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମେଳାରେ ମତ୍ସ୍ୟ,ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ,ଚାଷୀ ବିଶେଷଜ୍ଞ ଆଲୋଚନା ,ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ମେଳାରେ କଣ୍ଡାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ମୂଖ୍ୟ ଅତିଥୀଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ପରେ ପ୍ରଦର୍ଶନୀରେ ଥିବା ଗୋରୁ ମାତାଙ୍କୁ ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ସଭାରେ ମୂଖ୍ୟ ଅତିଥୀ ଶ୍ରୀ ବାଗ ପ୍ରାଣି ପାଳକ, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବିଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ସ୍ୱାବଲମ୍ବି ହୋଇପାରିବେ ବୋଲି ଉତ୍ସାହିତ କରିଥିଲେ ।
ତୁରେକେଲା ବ୍ଲକର ସଫଳ ବିଭିନ୍ନ ମତ୍ସ୍ୟ ଓ ପ୍ରାଣି ସମ୍ପଦ ଚାଷୀଙ୍କୁ ମାନପତ୍ର,ଉପଢୌକନ ଦେଇ ସମ୍ବର୍ଦ୍ଧିତ ମଧ୍ୟରେ କନ୍ଦବାହାଲ ଗ୍ରାମର ଗୋପାଳନ ପାଇଁ ମୀନାକ୍ଷୀ ଦଣ୍ଡସେନା, ରାଉତମୁଣ୍ଡାର ଶ୍ରେଷ୍ଠ ଛେଳି ପାଳକ ଭାବେ ସୁଶାନ୍ତ କୁମାର ଭୋଇ, କୁକୁଡା ପାଳନ ପାଇଁ ମହୁଲବାହାଲିର ହେମାବତୀ ମେହେର, ଘାସ ଚାଷ ପାଇଁ ଟିକ୍ରାପଡାର ବିହାରିଲାଲ ପୁଟେଲ, ଜୈବ ପୁଞ୍ଜ ପାଇଁ ବଡବାଙ୍କିର ର ଗଫୁର ଧରୁଆ,ମତ୍ସ୍ୟ ପୋଖରୀ ପାଇଁ କମେଇମୁଣ୍ଡାର ଭୂମିସୂତା ମାଝି, ମାଛ ଯାଆଁଳା ପାଇଁ ମହୁଲବାହାଲିର ମମତା ମେହେର,ମାଛ ଚାଷ ପାଇଁ ଝରଣିର ମାଁ ପାଟଣେଶ୍ୱରୀ ସ୍ୱଂୟ ସହାୟକ ଦଳକୁ ସମ୍ବର୍ଦ୍ଧିତ କରାଯାଇିଲା ।
ଏହି ମେଳାରେ ଅନ୍ୟ ଅତିଥୀମାନଙ୍କ ମଧ୍ୟରେ ତୁରେକେଲା ବ୍ଲକ ଉପାଧ୍ୟକ୍ଷା ଧନମତୀ ଖୁରା, ସରପଂଚ ସଂଘ ସଭାପତି ତଥା ସରପଂଚ ଜଲନ୍ଧର ମହାକୁଡ, ଜିଲ୍ଲା ପରିଷଦ ଯୋନ ସଭ୍ୟ ନଂ.୧୧ କୌଶିକ ମେହେର,ସାଂସଦ ପ୍ରତିନିଧି ଅକ୍ଷୟ ମେହେର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଟିଟିଲାଗଡ ଡା.ସୁବେନ୍ଧୁ ସୁଧା ଷଡଙ୍ଗୀ,ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତାପ କୁମାର ପ୍ରଧାନ ମଂଚାଶିନ ତିଲେ ।
ସଭାକୁ ତୁରେକେଲା ବିଭିଓ ଶ୍ରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡା.ମୌସମୀ ବର୍ଷା ବନାନି ମାଝି ପରିଚାଳନା କରିଥିଲେ । ଏହି ମେଳାକୁ ସମସ୍ତ କର୍ମଚାରୀ ଓ ଚାଷୀସହଯୋଗ କରିଥିବା ବେଳେ ସଭାକୁ ତୁରେକେଲା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଓମ ରଣା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031