Indus Valley Times

ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ

 Breaking News

ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ

ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ
November 09
11:36 2025

କବିସୂର୍ଯ୍ୟନଗର/ ଗଞ୍ଜାମ,୯।୧୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖଜାପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ରଣିପଡ଼ା ଗାଁରେ ମିଟୁ ପରିଡ଼ା ଓ ଶାଳବଣ ଗାଁର କାଶୀନାଥ ସେଠୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ଭୋର ସମୟ । ସ୍ଥାନ ଖଜାପଲ୍ଲୀ । ଏହି ସମୟରେ ବାଇକ୍ ଆରୋହୀ ମିଟୁ ପରିଡ଼ା ନାମକ ଯୁବକ କୌଣସି କାମରେ ଯାଉଥିଲେ । ଏହି ସମୟରେ ଖଜାପଲ୍ଲୀ ନିକଟରେ ଚାଲି ଚାଲି ଯାଉଥିବା ଶାଳବଣ ଗାଁର କାଶୀନାଥ ସେଠୀଙ୍କୁ ଧକ୍କା ଦେଇଥିଲା । ଯାହାପରେ ଦୁଇ ଜଣ ଗୁରୁତର ହୋଇପଡିଥିଲେ ।
ଏହାପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାଇକ ଆରୋହୀ ମିଟୁ ପରିଡ଼ାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଶାଳବଣ ଗାଁର କାଶୀନାଥ ସେଠୀ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଉଭୟଙ୍କର ଉଭୟ ମେଡିକାଲରେ ମୃତ୍ୟୁ ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031