Indus Valley Times

ଦଶମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି: ଆନ୍ଧ୍ରକୁ ଦେଇଦେଲେ ମାଛକୁଣ୍ଡ!

 Breaking News

ଦଶମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି: ଆନ୍ଧ୍ରକୁ ଦେଇଦେଲେ ମାଛକୁଣ୍ଡ!

August 26
11:25 2022

ଭୁବନେଶ୍ୱର,୨୬/୮: ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି।
ମାଛକୁଣ୍ଡ ଜଳ ପ୍ରପାତ ଓଡ଼ିଶାରେ ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି ପୁସ୍ତକରେ ପ୍ରକାଶ ପାଇଛି। ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ବି ଏଥିରେ ସଂଶୋଧନ ହୋଇନାହିଁ। ଫଳରେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।
ପରିତାପର ବିଷୟ ଯେ, ଦୀର୍ଘ ୪ ବର୍ଷ ହେଲା ପିଲା ଓଡ଼ିଶାର ଭୌଗାଳିକ ସ୍ଥିତି ସମ୍ପର୍କରେ ଭୁଲ୍ ତଥ୍ୟ ପଢ଼ି ଆସୁଛନ୍ତି। ଏହି ଭୁଲ୍ କିନ୍ତୁ ଧରିଛନ୍ତି ଖୋଦ କୋରାପୁଟ ବ୍ଲକର ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ଭୂଗୋଳ ଶିକ୍ଷକ।
ସେ ସଂଶୋଧିତ କରି ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ଭୂଗୋଳ ବହିର ପୃଷ୍ଠା ନମ୍ବର ୬୯ର ସାରଣୀ ୧୬ରେ ମାଛକୁଣ୍ଡ ଆନ୍ଧ୍ରପ୍ରଦେଶର ବୋଲି ଉଲ୍ଲେଖ କରାଯାଇଛି।
କୋରାପୁଟ ଜିଲ୍ଲାର ଲମତପୁଟ ବ୍ଲକ ଆନ୍ଧ୍ର ସୀମାନ୍ତରେ ରହିଛି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ। ୧୯୫୫ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ। ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ପୁଞ୍ଜି ନିବେଶରେ ଏହା ନିର୍ମାଣ କରାଯାଇଥିଲା।
ପ୍ରଥମେ ଜଳଭଣ୍ଡାରକୁ ତେଣ୍ଟାପୁଟ କୁହାଯାଉଥିଲା। ଏହା ଚତୁପାର୍ଶ୍ୱରେ କୋରାପୁଟ ଜିଲ୍ଲାର ଅନେକ ଆଦିବାସୀ ଗାଁ ରହିଛି। ଏଠାରୁ ଉତ୍ପାଦିତ ବିଦ୍ୟୁତ ଆନ୍ଧ୍ରର ବିଜୟୱାଡ଼ା, ବିଶାଖାପାଟଣା, କୋରାପୁଟ ଓ ଜୟପୁର ସହରକୁ ଯୋଗାଣ ହେଉଛି। ଆନ୍ଧ୍ର ଓ ଓଡ଼ିଶା ୫୦.୫୦ ହାରରେ ବିଦ୍ୟୁତ ବଣ୍ଟନ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031