Indus Valley Times

ନିଆରା ଢଙ୍ଗରେ ଦଶହରା ପାଳନ :ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ

 Breaking News

ନିଆରା ଢଙ୍ଗରେ ଦଶହରା ପାଳନ :ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ

October 14
20:34 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୧୦ : ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି।
ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରି ଆସୁଥିବା ବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ ଦେଖିବାକୁ ମିଳିଛି।
ପ୍ରକାଶ ଯେ, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦଶହରା ପର୍ବ।
ଏଥିପାଇଁ ବ୍ରିଟିଶ ଅମଳରୁ ରହିଥିବା ପରମ୍ପରାକୁ ଗ୍ରୀନବାଡ଼ି ବାସିନ୍ଦା ପାଳନ କରି ଆସୁଥିବା କହିଛନ୍ତି।
ଏହି ପର୍ବର ଏକ ସପ୍ତାହ ପୂର୍ବରୁ ଥାନା ପକ୍ଷରୁ ଗ୍ରୀନବାଡ଼ି ଗ୍ରାମବାସୀଙ୍କୁ ଏହି ଦଶହରା ପୂଜାରେ ଯୋଗଦାନ କରିବାକୁ ସ୍ବତନ୍ତ୍ର ନିମନ୍ତ୍ରଣପତ୍ର ଦିଆଯାଇଥାଏ। ସେହି ନିମନ୍ତ୍ରଣ ପାଇବା ପରେ ଦଶହରା ଦିନ ଗ୍ରୀନବାଡ଼ି ବାସି ନିଜ ଠାକୁରାଣୀ, ଗ୍ରାମ ଦେବତାଙ୍କ ନିକଟରେ ଅଞ୍ଚଳର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିବା ସହ ଗାଁର ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ସବୁ ବିରାଟ ଶୋଭାଯାତ୍ରାରେ ବାଦ୍ୟ, ଶଙ୍ଖ, ମହୁରୀ ବଜାଇ ବାଣ ଫୁଟାଇ ଥାନାରେ ପହଞ୍ଚିଥାନ୍ତି।
ଗ୍ରାମବାସୀଙ୍କ ପକ୍ଷରୁ ଛେଳି, ଦେଶୀମଦ ଓ ବିଭିନ୍ନ ସାମଗ୍ରୀ ନେଇ ଥାନାର ମୁଖ୍ୟ ଫାଟକରେ ପହଞ୍ଚିଥିଲେ।
ସେଠି ଥାନା ପକ୍ଷରୁ ଗ୍ରାମବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯିବା ସହ ଥାନା ଭିତରକୁ ସ୍ବାଗତ କରାଯାଇଥିଲା ପରେ ଆଇଆଇସି ରମେଶ କୁମାର ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗ୍ରୀନବାଡ଼ି ଗ୍ରାମବାସୀ ଥାନାପରିସର ପୂଜାମଣ୍ଡପକୁ ସ୍ବାଗତ କରିଥିଲେ। ଏଥିସହ ଆଇଆଇଆସି ମଧ୍ୟ ଗ୍ରାମବାସୀଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିଥିଲେ। ପରେ ଥାନାର ସମସ୍ତ ଅଫିସରଙ୍କୁ ସ୍ବାଗତ କରାଯିବା ସହ ଦୁର୍ଗାପୂଜା ପାଇଁ ଜଳ ଉଠାଯାଇ ଥିଲା ଓ ସେଠାରୁ ଥାନାରେ ପହଞ୍ଚିବା ପରେ ଗ୍ରୀନବାଡ଼ି ବାସୀ ପକ୍ଷରୁ ଥାନାରେ ଛେଳି ଓ ଦେଶୀମଦ ପ୍ରଦାନ କରାଯାଇଥିଲା।
ଦଶହରା ପୂଜାରେ ଗ୍ରାମବାସୀ ସାମିଲ ହୋଇ ପ୍ରସାଦ ସେବନ କରି ଫେରିଥିଲେ।୮ ପରମ୍ପରା କାହିଁ କେଉଁ କାଳରୁ ପାଳନ କରାଯାଉଥିବା ବେଳେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ସୁ-ସମ୍ପର୍କ ସ୍ଥାପନ ହେଇପାରୁଥିବା ପୋଲିସ କହିଛି । ଏହି ପରମ୍ପରା ବ୍ରିଟିଶ ପୋଲିସ ରହିଥିବା ସମୟରୁ ପାଳନ ହେଉଛି। ଦାରିଙ୍ଗବାଡ଼ି ଥାନା ପରିସର ମଧ୍ୟରେ ମା’ ପାଟ୍ଟଖଣ୍ଡା ପୂଜା ପାଉଛନ୍ତ। ଉକ୍ତ ପାଟ୍ଟଖଣ୍ଡାଙ୍କୁ ମଧ୍ୟ ଜଣେ ପୋଲିସ ଅଫିସର ସ୍ଥାପନ କରିଛନ୍ତି। ଜନସାଧାରଣ ଓ ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ ବୋଲି ଅଞ୍ଚଳବାସୀ ଏହି ପରମ୍ପରାକୁ ବଜାୟ ରଖି ଆସୁ ଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାର ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଲକ୍ଷ୍ମୀ ମାଝୀ, ବାସନ୍ତୀ ବେହେରା, ଏଏସ୍‌ଆଇ ଅର୍ଜୁନ ଶବର ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମୁଖ୍ୟ ପୂଜକ ଭାବେ ବୁଲୁ ତ୍ରିପାଠୀ, ଚନ୍ଦନ ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା ସମ୍ପାଦନା କରିଥିଲେ। ଏହି ଅବସରରେ ଥାନାର ଅସ୍ତ୍ରଶସ୍ତ୍ର, ନୂତନ ଷ୍ଟେଶନ ଡାଏରୀ ଓ ବିଭିନ୍ନ ଲୁହା ସାମଗ୍ରୀ ପୂଜାର୍ଚ୍ଚନା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031