Indus Valley Times

ମହିଳା ମହାବିଦ୍ୟାଳୟରେ ‘ସୁରକ୍ଷିତ ଇଣ୍ଟରନେଟ ଦିବସ’ ପାଳିତ ସାଇବର ସୁରକ୍ଷା ପାଇଁ ଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା

 Breaking News

ମହିଳା ମହାବିଦ୍ୟାଳୟରେ ‘ସୁରକ୍ଷିତ ଇଣ୍ଟରନେଟ ଦିବସ’ ପାଳିତ ସାଇବର ସୁରକ୍ଷା ପାଇଁ ଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା

February 11
11:08 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୧୧/୨: ଖୋରଧା ମହିଳା ମହାବିଦ୍ୟାଳୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଓ ସାଇବର ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ “ସୁରକ୍ଷିତ ଇଣ୍ଟରନେଟ୍ ଦିବସ” ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମାର୍ଟ
ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ସୁରକ୍ଷିତ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଥିଲା ।
ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖୋରଧା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭକାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଶ୍ରୀଚନ୍ଦନଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏଥିରେ ସାମିଲ ହୋଇଥିଲେ। ସାଇବର ସଚେତନତା ପିପିଟି ଶ୍ରୀଯୁକ୍ତ ପଣ୍ଡା ବିଭିନ୍ନ ପ୍ରକାରର ସାଇବର ଠକେଇ ଯଥା ଡିଜିଟାଲ୍ ଆରେଷ୍ଟ, ଫିସିଂ ଏବଂ ଏ.ଆଇ. ଭଏସ କ୍ଲୋନିଂ ସ୍କାମ୍ ସମ୍ପର୍କରେ ଛାତ୍ରୀମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।
ପାସୱାର୍ଡର ସୁରକ୍ଷା, ଦୁଇ-ପର୍ଯ୍ୟାୟ ପ୍ରାମାଣିକିକରଣ ଏବଂ ଅପରିଚିତ ଲିଙ୍କ ଉପରେ କ୍ଲିକ୍ ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ୟୁପିଆଇ ବ୍ୟବହାର ସମୟରେ କିପରି ସତର୍କ ରହିବାକୁ ହେବ, ସେ ବିଷୟରେ ଆଲୋଚନା ହୋଇଥିଲା। ସାମ୍ପ୍ରତିକ ସମୟରେ ଏ.ଆଇ. ର ବ୍ୟବହାର ବଢ଼ୁଥି,ବାରୁ ଏହାର ସୁଯୋଗ ଓ ବିପଦ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଉଭୟ ଛାତ୍ରୀ ଏବଂ କର୍ମଚାରୀ ମାନେ ଅନଲାଇନ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରମାଣପତ୍ର ହାସଲ କରିବା ସହ ଇଣ୍ଟରନେଟକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।
ଯଦି କେହି ସାଇବର ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ସାଇବର ହେଲ୍ପଲାଇନ ନମ୍ବର ‘୧୯୩୦’ କୁ କଲ୍ କରିବାକୁ କିମ୍ବା www.cybercrime.gov.in ପୋର୍ଟାଲରେ ଅଭିଯୋଗ କରିବାକୁ ଶ୍ରୀଯୁକ୍ତ ପଣ୍ଡା ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରୀମାନେ ନିଜ ନିଜର ଶିକ୍ଷା ଓ ଅଭିଜ୍ଞତା ବାଣ୍ଟିବା ସହ ବିଭିନ୍ନ ପ୍ରଶ୍ନ ପଚାରି ସନ୍ଦେହ ଦୂର କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031