Indus Valley Times

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
July 15
10:04 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୫/୭: ମଙ୍ଗଳବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଖୋରଧା ଜିଲ୍ଲା ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା ସଭା ଆୟୋଜିତ ହୋଇଯାଇଛି ।
ବାଣପୁର ତାଲୁକ ଆଇନ ସେବା ସମିତିର ସହଯୋଗରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ସୁନାମଧନ୍ୟ ଚିକିତ୍ସକ ଡ଼ା ସୁରେନ୍ଦ୍ର ନାଥ ଦାସ, ଶିଶୁମନ୍ଦିର ପରିଚାଳନା ସମିତି ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର, ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ଏବଂ ପୂର୍ବତନ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତା ଆଦି ଯୋଗ ଦେଇଥିଲେ। ଉକ୍ତ ସଭାରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଅତିଥିମାନେ ସ୍ମୃତିଚାରଣ କରିବା ସହ ଆଜିର ଯୁବପିଢିଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ହିତରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନୁରୂପ ଭାବେ ତାଲୁକ ଆଇନ ପକ୍ଷରୁ ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଏବଂ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଉଦିଷ୍ଟ ଆଇନ ବିଷୟରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ।
ସଚେତନ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଅତିଥିମାନେ ବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ସୁଦର୍ଶନ ଜାଲି, ଆଇନଜୀବୀ ସୀତାରାମ ଅଗ୍ରୱାଲ, ପ୍ରଦୀପ ସେଠି, ପ୍ରଶାନ୍ତ ଦାସ,ସନ୍ତୋଷ ମହାପାତ୍ର, ସାମ୍ବାଦିକ ଶିବଶକ୍ତି ଶାସମଲ, ବୁଦ୍ଧିଜୀବୀ ଗୋଲଖ ବିହାରୀ ପରିଡ଼ା, ଡ଼ା ଚିନ୍ତାମଣି ମିଶ୍ର,କ୍ୟାପଟେନ ଭବାନୀ ପ୍ରସାଦ ହୋତା,ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ, ଆଚାର୍ଯ୍ୟା ମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031