Indus Valley Times

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ: ଘର ଆଟାଚ୍ କଲା ‘ଇଡି’

 Breaking News

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ: ଘର ଆଟାଚ୍ କଲା ‘ଇଡି’

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ: ଘର ଆଟାଚ୍ କଲା ‘ଇଡି’
September 12
19:33 2025

ଭୁବନେଶ୍ୱର, ୧୨/୯ : ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED । ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନଭିନ୍ ଚଳାଇଛନ୍ତି। ପୂର୍ବରୁ ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଗୁପ୍ତ ଭିଡିଓ ରଖି ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା । ଜାନୁଆରୀ ୨୦୨୩ରେ ଘର ଆଟାଚ କରିଥିଲା ED ।
ମିଳିଥିବା ସୂଚନା ଅନୁସାରେ, ୨୦୨୨ ଅର୍ଥ କାରବାର ମାମଲାର ତଦନ୍ତ ସମୟରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ସେ ଇଡି ନିର୍ଦେଶ ଅବମାନନା କରିଥିବା ଜଣାପଡ଼ିଛି। ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଇଡି ଏହାକୁ PMLA ଅନୁସାରେ ଧନଶୋଧନ (ମନି ଲଣ୍ଡରିଂ) ମାମଲା ରୁପେ ତଦନ୍ତ କରୁଛି । ୬ ଅକ୍ଟୋବର ୨୦୨୨ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ମାମଲା ହେବା ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ୨୦ ଅକ୍ଟୋବର ୨୦୨୨ ରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୭ ଅକ୍ଟୋବର ୨୦୨୨ ରେ ଓଡ଼ିଶା ପୁଲିସରୁ ଏଫ୍ ଆଇଆର୍ ପାଇ ପରେ ଇଡି ଆର୍ଥିକ ତଥ୍ୟ ଓ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା । ୬ ଡିସେମ୍ବର ୨୦୨୨ ରେ କୋର୍ଟ୍ ଇଡିକୁ ୭ ଦିନର ରିମାଣ୍ଡ୍ ଦେଇଥିଲା। ଜାନୁଆରୀ ୨୦୨୩ରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ୩.୬୪ କୋଟି ଟଙ୍କାର ଘର ଓ କିଛି ଯାନବାହନ ଜବତ କରାଯାଇଥିଲା ।
ନିକଟରେ ଅର୍ଚ୍ଚନା ତାଙ୍କ ସ୍ବାମୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସ୍ବାମୀଙ୍କ ନାମରେ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ରାତି ଗୋଟେରେ ସ୍ବାମୀ ଘରକୁ ପଶିବା ଘଟଣାରେ ମୁହଁ ଖୋଲି ଅର୍ଚ୍ଚନା ନାଗ କହିଥିଲେ, ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଡାକିଲୁ, ପୋଲିସ ଆଗରେ ଜଗବନ୍ଧୁ ମୋ ଫୋନଟକୁ ଛେଚି ଦେଲା ମୋ ଚୁଟି ଘୋଷାଡ଼ି ମୋତେ ମାଡ଼ ମାରିଲା ବୋଲି ଅର୍ଚ୍ଚନା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930