Indus Valley Times

ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି

 Breaking News

ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି

December 04
10:32 2025

ଭୁବନେଶ୍ୱର, ୪/୫: ରାଜ୍ୟରେ ଦିନକୁ ଦିନ ୨ରୁ ୩ ଡିଗ୍ରୀ ଖସୁଛି ପାରଦ। ଏଥିପାଇଁ ଅନେକ ସ୍ଥାନରେ ଅନୁଭୂତ ହେଉଛି ଶୀତ। ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ। ତେବେ ଆସନ୍ତା ଦୁଇଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏଥିପାଇଁ ସମସ୍ତଙ୍କୁ ସୁରକ୍ଷିତ ଭାବ ଯାତାୟାତ କରିବା ପାଇଁ ପାଣିପାଗ ବିଭଗ ସୂଚନା ଦେଇଛି।
ରାଜ୍ୟରେ ସବୁଠାରୁ ଅଧିକ ରାତି ତାପମାତ୍ରା ଦାରିଙ୍ଗବାଡ଼ିରେ କମୁଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଅନୁଭୂତ ହୋଇଛି। ଜି.ଉଦୟଗିରିରେ ୧୨.୪, ଝାରସୁଗୁଡ଼ାରେ ୧୩.୭, ବୌଦ୍ଧରେ ୧୩.୮, କେନ୍ଦୁଝର ଓ ଫୁଲବାଣୀରେ ୧୪, ରାଉରକେଲାରେ ୧୪.୫, ଢେଙ୍କାନାଳ ଓ ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୩.୭, ଭଦ୍ରକରେ ୧୪, କଟକରେ ୧୫, ବଲାଙ୍ଗିରରେ ୧୫.୨, ସୁନ୍ଦରଗଡ଼ରେ ୧୫.୪, ନୂଆପଡ଼ା ଓ ନବରଙ୍ଗପୁରରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଏହାସହିତ ଏହି ସ୍ଥାନରେ ମଧ୍ୟ କୁହୁଡିର ସ୍ତର ଅଧିକ ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930