Indus Valley Times

ପୁଣି ଥରେ କ୍ୟାପିଟାଲ ହସ୍ପିଟାରୁ ଆସିଲା ନବଜାତ ଶିଶୁ ଚୋରି ଘଟଣା

 Breaking News

ପୁଣି ଥରେ କ୍ୟାପିଟାଲ ହସ୍ପିଟାରୁ ଆସିଲା ନବଜାତ ଶିଶୁ ଚୋରି ଘଟଣା

ପୁଣି ଥରେ କ୍ୟାପିଟାଲ ହସ୍ପିଟାରୁ ଆସିଲା ନବଜାତ ଶିଶୁ ଚୋରି ଘଟଣା
September 26
19:51 2022

କଟକ,୨୬/୯: ପୁଣି ଥରେ ଏସସିବି ବଡ ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ ହୋଇଛି। ପ୍ରସୂତି ବିଭାଗର ଆଇସିୟୁରୁ ପିଲା ଚୋରି ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁଛନ୍ତି । ଚିକିତ୍ସା ସମୟରେ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା। ନବଜାତ ଶିଶୁର ବାପା ତୋଫାନ କୁମାର ଜେନାଙ୍କ କହିବା ମୁତାବକ ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ସେହି ଦିନ ତାଙ୍କର ଯାଆଁଳା ଶିଶୁ କନ୍ୟା ଜନ୍ମ ହୋଇଥିଲା ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିଲେ । ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ସକାଳେ ଡାକ୍ତର କହିଥିଲେ । ମାତ୍ର ଆଜି ଚେକଅପ କରିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣାପଡିଥିଲା ।
ତେବେ ଶିଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ଆଇସିୟୁରେ ଭର୍ତ୍ତି କରିଥିଲେ । ଶିଶୁ କନ୍ୟାର ପିଉସୀ ଆଡମିଶନ କରିକି ଆସିବା ପରେ ଦିନ ୩ଟାରେ ଶିଶୁ କନ୍ୟା ଚୋରି ହୋଇଥିବା ପିଉସୀ ଜାଣିବାକୁ ପାଇଥିଲେ । ତେବେ ଶିଶୁର ବାପାଙ୍କ କହିବା କଥା ଯେତେବେଳେ ଆଇସିୟୁ ଭିତରକୁ କାହାକୁ ଅନୁମତି ନାହିଁ କିଭଳି ଆଇସିୟୁରୁ ଝିଅ ଚୋରି ହେଲା । ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା । ଏହି ଘଟଣାକୁ ନେଇ ତୋଫାନ ଏସସିବି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଆଉ ଏହି ଘଟଣାକୁ ନେଇ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ଯେ କଟକ ବଡ ମେଡିକାଲରେ କେବଳ ଦଲାଲ ନାହାନ୍ତି ବରଂ ଚୋର ମଧ୍ୟ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031