Indus Valley Times

ପ୍ରଥମେ ଲିପ୍ଟ ପରେ ଲୁଟ୍, ଭୁଜାଲିରେ ହାଣି ଲୁଟିନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

 Breaking News

ପ୍ରଥମେ ଲିପ୍ଟ ପରେ ଲୁଟ୍, ଭୁଜାଲିରେ ହାଣି ଲୁଟିନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ପ୍ରଥମେ ଲିପ୍ଟ ପରେ ଲୁଟ୍, ଭୁଜାଲିରେ ହାଣି ଲୁଟିନେଲେ ୧ ଲକ୍ଷ ୭୦ ହଜାର ଟଙ୍କା
July 26
15:58 2022

ଜଳେଶ୍ୱର,୨୬/୭: ଲିଫ୍ଟ ମାଗିବା ବାହାନାରେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା। ବ୍ୟବସାୟୀଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଡିଜିରେ ଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତମାନେ।
ପ୍ରାୟ ୫ ମିନିଟ ମଧ୍ୟରେ ଏତେ ସବୁ କାଣ୍ଡ ଘଟିଥିବା ବେଳେ ଲୋକେ କିଛି ବୁଝିବା ଆମରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସମସ୍ତ ଦୁର୍ବୃତ୍ତ ।
ଏପରି ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଘଟିଛି। ମୃତ୍ୟୁ ସହ ସଂଘର୍ଷ କରୁଥିବା ବ୍ୟବସାୟୀଜଣକ ହେଲେ ଲକ୍ଷ୍ମଣପଡା ଗ୍ରାମର ବ୍ୟବସାୟୀ ପଞ୍ଚାନନ ମହାନ୍ତି ।

ପଞ୍ଚାନନ ଏକ ଗ୍ରୋସରୀ ଦୋକାନ କରି ପରିବାର ଚଳାନ୍ତି। ଆଜି ସକାଳେ ଦୋକାନ ସଉଦା ଆଣିବାକୁ ୧ ଲକ୍ଷ ୭୦ ହଜାର ଟଙ୍କା ଧରି ସେ ବାଇକ୍ରେ ଜଳେଶ୍ୱର ଯାଉଥିଲେ। ବାଟରେ ଲିଫ୍ଟ ମାଗିବାକୁ ଜଣେ ଯୁବକ ହାତ ଦେଖାଇଥିଲେ। ଏହାଦେଖି ପଞ୍ଚାନନ ଅଟକି ଥିବା ବେଳେ ହଠାତ୍ ପାଖରେ ଥିବା ୪ ଜଣ ତାଙ୍କୁ ମାଡ଼ି ବସିଥିଲେ।
ସେମାନେ ତାଙ୍କୁ ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ଏହାପରେ ତାଙ୍କ ଡିକି ଖୋଲି ସମସ୍ତ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ରାସ୍ତାରେ ଯାଉଥିବା ଦେଖଣାହାରୀ କିଛି ବୁଝିବା ଆଗରୁ ଚମ୍ପଟ ମାରିଥିଲେ ସମସ୍ତ ଦୁର୍ବୃତ୍ତ।
ଏହାପରେ ରାସ୍ତାରେ ପଡ଼ି ଚିତ୍କାର କରୁଥିବା ପଞ୍ଚାନନଙ୍କୁ ପ୍ରଥମେ ବସ୍ତା ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତଙ୍କ ତଲାସି କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031