Indus Valley Times

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

 Breaking News

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

December 31
17:56 2025

ଭୁବନେଶ୍ୱର, ୩୧/୧୨: ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେଇଛନ୍ତି ।
ନୂଆ ବର୍ଷରେ ଓଡ଼ିଶାକୁ ନୂଆ ଶାସନ ସଚିବ ମିଳିଥିବା ବେଳେ ଓଡ଼ିଶା ଇତିହାସରେ ଜଣେ ମହିଳାଙ୍କ ହାତକୁ ଯାଇଛି ମୁଖ୍ୟ ଶାସନ ସଚିବ ପଦବୀ । ଉନ୍ନୟନ କମିସନର ଥିବା ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ।
ଯଦି ଆଇଏଏସ୍ ଅନୁ ଗର୍ଗଙ୍କ କ୍ୟାରିୟର ଉପରେ ନଜର ପକାଇବା ତେବେ
୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅନୁ ଗର୍ଗ
ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ
ଜଳ ସଂପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ
ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରମ ବିଭାଗର ପ୍ରମୁଖ ସଚିବ ଥିଲେ
୨୦୦୮ ରୁ ୨୦୧୨ ଯାଏଁ ସ୍ୱାସ୍ଥ୍ୟ କମିସନର ତଥା ସଚିବ ଥିଲେ
କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ତୁଲାଇଛନ୍ତି ଗୁରୁ ଦାୟିତ୍ୱ
ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୟନ ଶିଳ୍ପ ମନ୍ତ୍ରାଳୟ ଆଦିର ଯୁଗ୍ମ ସଚିବ ଭାବେ ରହିଛି ଅଭିଜ୍ଞତା
୧୯୯୨ରୁ ୨୦୦୩ ଯାଏଁ ଥିଲେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ
ଭାରତ ସରକାରଙ୍କ ପ୍ଲାନିଂ କମିସନ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳର ସଦସ୍ୟ ଥିଲେ
ଦିଲ୍ଲୀ ଓ ଲକ୍ଷ୍ନୌ ସହ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ଏହି ବରିଷ୍ଠ ପ୍ରଶାସକ
ତେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅବସର ନେଇଛନ୍ତି । ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପତ୍ନୀ ତଥା ଅବସରପ୍ରାପ୍ର ପ୍ରାଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031