Indus Valley Times

ଭାରତୀୟ ରେଡକ୍ରସ ସଂସ୍ଥା, ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

 Breaking News

ଭାରତୀୟ ରେଡକ୍ରସ ସଂସ୍ଥା, ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

December 05
19:04 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୫/୧୨ : ଆଜି ପୂର୍ବାହ୍ନରେ ଭାରତୀୟ ରେଡକ୍ରସ୍ ସଂସ୍ଥା ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ରେଡକ୍ରସ୍ ପାଣ୍ଠି ଆଦାୟ ବୃଦ୍ଧି ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ଯୋଗଦେଇ ପାୱାର ପଏଣ୍ଟ ଉପକରଣର ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷରେ ଆୟ, ବେୟ ଏବଂ ବିଭିନ୍ନ ଜନଶୁଣାଣି କାର୍ଯ୍ୟରେ ଅଭିଯୋଗକାରି ମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ବୈଠକରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସହ ପ୍ରତ୍ୟେକ ବ୍ଲକରେ ରେଡକ୍ରସ୍ ରକ୍ତ ଦାନ ଶିବିର କରିବାକୁ ପ୍ରତ୍ୟେକ ବ୍ଲକର ବି ଡି ଓ ଏବଂ ତହସିଲଦାର ଓ ପ୍ରାଥମିକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ମାନେ ମିଳିତ ଭାବେ ସେମାନଙ୍କ ଅଞ୍ଚଳର ମହାବିଦ୍ୟାଳୟ ମାନଙ୍କରେ ବହୁଳ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ବିଭିନ୍ନ କାର୍ଯ୍ୟାଳୟର ରେଡକ୍ରସ୍ କାର‌୍ୟ୍ୟକଳାପ ଉପରେ ଅଧକ୍ଷ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ । ସେହିପରି ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରେଡକ୍ରସ୍ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ରାଶିରେ ଉନ୍ନତ ମାନର ଖୁବ୍ ପରିଚିତ କମ୍ପାନୀର ଜିନିଷ ଲଗାଇବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସମସ୍ତ ବିଡିଓ, ତହସିଲଦାର, ଗ୍ରାମ୍ୟ ନିର୍ମାଣ ବିଭାଗ, ପୂର୍ତ୍ତ, ବେସାମରିକ ଯୋଗାଣ ବିଭାଗ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ରେଡକ୍ରସ୍ ପାଣ୍ଠି ଆଦାୟ ଚଳିତ ବର୍ଷ ଯଥେଷ୍ଟ ପରିମାଣରେ ବୃଦ୍ଧି କରିବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାରେ ରେଡକ୍ରସ୍ ପାଣ୍ଠି ଆଦାୟ ବୃଦ୍ଧି ଦିଗରେ ଗୁରୁତ୍ୱାରୋପ କରି କଣ୍ଟାକ୍ଟ୍ରର ମାନଙ୍କୁ ଯେତେବେଳେ କାର୍ଯ୍ୟାଦେଶ ପ୍ରଦାନ କରୁଛନ୍ତି ସେତେବେଳେ ଜିଲ୍ଲା ରେଡକ୍ରସ୍ ପାଣ୍ଠି ପାଇଁ ରସିଦ କାଟିବାକୁ ପରାମର୍ଶ ଦେଇଥିଲେ ।
ରେଡକ୍ରସ୍ ପାଣ୍ଠିର ବିନିଯୋଗ ଅତି ଜରୁରୀ କାର୍ଯ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଲୋକଙ୍କ ହିତରେ ବ୍ୟବହାର କରାଯାଉଥିବାରୁ ସମସ୍ତ ଅଧିକାରୀ କର୍ତ୍ତବ୍ୟ ପାରାୟଣ ହୋଇ ରେଡକ୍ରସ ପାଣ୍ଠି ଆଦାୟ ନିଶ୍ଚିତ ଭାବେ ବୃଦ୍ଧି କରିବା ପାଇଁ କହିଥିଲେ ।
ଅଦ୍ୟ ତାରିଖ ସୁଦ୍ଧା ଜିଲ୍ଲା ରେଡକ୍ରସ୍ ପାଣ୍ଠି ଖାତାରେ ୧,୨୯,୬୮,୩୭୧.୦୦ ଅର୍ଥ ଅଛି ।
ସେହିପରି ସ୍ଥାୟୀ ଜମାରାଶି ବିଭିନ୍ନ ବ୍ୟାଙ୍କରେ ଥିବା ଜମାରାଶି କୁ ନେଇ ୬,୩୬,୩୨,୮୫୭.୦୦ ଥିବା ବୈଠକରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଡେପୁଟୀ କଲେକ୍ଟର, ଜରୁରୀ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷର ବିସ୍ତୃତ ଆୟ ଵେୟ ଉପସ୍ଥାପନ କରିଥିଲେ ।
ବୈଠକରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟାପକ, ପଦାର୍ଥ ବିଜ୍ଞାନ ସୁବୋଧ କୁମାର ଜଗଦେବ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଳ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ, ଖୋର୍ଦ୍ଧା ଅରବିନ୍ଦ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ଶୁଭେନ୍ଦୁ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ସମସ୍ତ ବି ଡି ଓ, ତହସିଲଦାର, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ଡ଼ିପାର୍ଟମେଣ୍ଟ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031