Indus Valley Times

ବାରୁଣୀ ମେଳାରେ ସ୍ନାନ କଲେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ

 Breaking News

ବାରୁଣୀ ମେଳାରେ ସ୍ନାନ କଲେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ

ବାରୁଣୀ ମେଳାରେ ସ୍ନାନ କଲେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ
March 17
19:56 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୭/୩ : ଯାଜପୁରର ପୌରାଣିକ ଓ ଆଧ୍ୟାତ୍ମିକ ମାହାତ୍ମ୍ୟର ପ୍ରତୀକ ପବିତ୍ର ବାରୁଣୀ ସ୍ନାନ ମେଳା ଅବସରରେ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟର ଉଭୟ ପାର୍ଶ୍ୱରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଭକ୍ତମାନେ ଆଜି ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ବୈତରଣୀ ନଦୀରେ ସ୍ନାନ କରିବା ସହ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି କାମନା କରି ପିଣ୍ଡଦାନ କରିଥିଲେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ଯାନବାହାନ ପାର୍କିଂ, ଟ୍ରାଫିକ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ନଦୀରେ ସ୍ନାନ ବେଳେ ଅଘଟଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡିଂ କରାଯାଇଥିଲା ଏବଂ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଟିମ୍ ମୋଟର ବୋଟ ଯୋଗେ ପଇଁତରା କରିଥିଲେ।
ଲୋକଙ୍କ ସୁବିଧା ଏବଂ ସୂଚନା ପ୍ରଦାନ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଏବଂ ପୌର ପରିଷଦ ପକ୍ଷରୁ ନିୟନ୍ତ୍ରଣ କକ୍ଷ ରହିଥିଲା।
ପୌର ପରିଷଦ ଏବଂ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ବ୍ୟବସ୍ଥା କରିଥିଲେ। ନଦୀ ଜଳକୁ ସ୍ୱଚ୍ଛ ରଖିବା ପାଇଁ କର୍ମଚାରୀ ନିୟୋଜିତ ଥିଲେ। ଏହାସହ ମହିଳାଙ୍କ ପାଇଁ ଅସ୍ଥାୟୀ ସେଡ୍ ନିର୍ମାଣ କରାଯାଇଥିଲା।
ବୈତରଣୀ ନଦୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର, ସପ୍ତମାତୃକା ମନ୍ଦିର ଏବଂ ବରାହ ପୀଠ ଦର୍ଶନ କରିଥିଲେ। ଏହି ଅବସରରେ ଦଶାଶ୍ୱମେଧ ଘାଟରେ ଭକ୍ତି, ଶ୍ରଦ୍ଧା ଓ ପାରମ୍ପରିକ ରୀତିନୀତିର ଏକ ସୁନ୍ଦର ସମନ୍ୱୟ ଘଟିଥିଲା, ଯାହା ଅଞ୍ଚଳର ଆଧ୍ୟାତ୍ମିକ ପରମ୍ପରାକୁ ଅଧିକ ସମୃଦ୍ଧ କରିଛି। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଯାଜପୁର ତହସିଲଦାର ଶ୍ରୀ ରବୀନ୍ଦ୍ର କୁମାର ପାଢ଼ୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ କାର‌୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟମାନେ ବାରୁଣୀ ମେଳାର ସୁପରିଚାଳନା ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930