Indus Valley Times

ବିଟ୍ରେନ୍ ରେ ଏବେ ରାଜ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

 Breaking News

ବିଟ୍ରେନ୍ ରେ ଏବେ ରାଜ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

October 26
20:01 2022

ଭୁବନେଶ୍ୱର, ୨୬/୧୦: ଯେଉଁ ଦେଶ ଭାରତବର୍ଷକୁ ଦୁଇ ଶହ ବର୍ଷ ଧରିଶାସନ କରୁଥିଲା, ସେହି ଦେଶର ପ୍ରଧାନମନ୍ତ୍ରୀ ପଦରେ ଆଜି ଜଣେ ଭାରତୀୟ ବଂଶୋଦ୍ଭବ ଅଭିଷିକ୍ତ ।ହଁ ଆଜ୍ଞା, ଆମେ କହୁଛୁ ଗ୍ରେଟ୍ ବ୍ରିଟେନ୍ କଥା । ଯାହାକୁ ଆମେ ସାଧାରଣତଃ ଇଂଲଣ୍ଡ ବୋଲି ଜାଣିଥାଉ । ଏହି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଛନ୍ତି ଋଷି ସୁନକ ।
୧୯୮୦ ମେ ୧୨ତାରିଖରେ ଋଷି ସୁନକଙ୍କ ଜନ୍ମ । ଏବେ ସୁନକଙ୍କ ବୟସ ୪୨ ବର୍ଷ । ପିତା ଯଶବୀର୍ ସୁନକ ଜଣେ ଅବସରପ୍ରାପକ୍ତ ଡାକ୍ତର । ମା’ ଉଷା ସୁନକ ଜଣେ ଫାର୍ମାସିଷ୍ଟ ।
ଋଷି ତତ୍କାଳୀନ ଅବିଭକ୍ତ ପଂଜାବ ପ୍ରଦେଶର ଗୁଜୁରନୱାଲା ଠାରେ ଜନ୍ମ ଗ୍ରହଣ କରିଥିଲେ । ଯାହାକି ସେହି ପ୍ରଦେଶ ଏବେ ପାକିସ୍ଥାନରେ ରହିଛି ।
ଋଷି ଜଣେ ଉଚ୍ଚ ଶିକ୍ଷିତ । ୨୦୦୧ମସିହାରେ ଋଷି ଅକ୍ସଫୋର୍ଡ ୟୁନିଭର୍ସିଟି ଦର୍ଶନଶାସ୍ତ୍ର, ରାଜନୀତି ଏବଂ ଅର୍ଥନୀତିରେ ଗ୍ରାଜୁଏସନ୍ ପାସ୍ କରିଛନ୍ତି ।୨୦୦୬ ମସିହାରେ ଷ୍ଟାଣ୍ଡଫର ୟୁନିଭରସିଟିରେ ଏମ୍ବିଏ ପାସ୍ କରିଛନ୍ତି । ଷ୍ଟାଣ୍ଡଫର ୟୁନିଭରସିଟିରେ ପାଠ ପଢ଼ୁଥିବାବେଳେ ଋଷି ଭାରତର ବିଲିୟନାରୀ ଏନ୍ ଆର୍ ନାରାୟଣ ମୋଦିଙ୍କ ଝିଅ ଅକ୍ଷିତା ମୋଦିଙ୍କୁ ପ୍ରେମ ବିବାହ କଲେ । ଏନ୍ ଆର୍ ନାରାୟଣ ମୋଦି, ଇନ୍ଫୋସିସ୍ର ପ୍ରତିଷ୍ଠାତା ଯାହାଙ୍କୁ ଆଇଟି ଇଣ୍ଡଷ୍ଟ୍ରିର ଫାଦର ବୋଲି କୁହାଯାଏ । ପତ୍ନୀ ଅକ୍ଷିତାଙ୍କ ସହ ବିବାହ ପରେ ଦୁଇଟି କନ୍ୟା ସନ୍ତାନର ବାବା ହେଲେ ଋଷି । ଶିକ୍ଷାସମାପ୍ତ ପରେ ଋଷି ଜଣେ ସାଧାରଣ ଯୁବକ ପରି ଚାକିରୀକରୁଥିଲେ । ବିଶ୍ୱର ପ୍ରସିଦ୍ଧ ଆର୍ଥିକ ପରାମର୍ଶଦାତା ସଂସ୍ଥ୍ା ଗୋଲ୍ଡମ୍ୟାନସାଚ୍ରେ ଜଣେ ଅର୍ଥନୀତିଜ୍ଞ ଭାବେ କାର‌୍ୟ୍ୟକରୁ୍ଥିଲେ । ପରେ ପରେ ସେ ବ୍ୟାଙ୍କର ଓ ନିବେଷକ ଭାବେ କାର‌୍ୟ୍ୟ କରି ବିପୁଳ ମାତ୍ରାରେ ଅଭିଜ୍ଞତା ସାଉଁଟି ଥିଲେ ।
୨୦୧୪ରେ ପ୍ରଥମ ଥର ପାଇଁ ସୁନକ କଞ୍ଜରଭେଟିଭ୍ ପାର୍ଟିର ପାର୍ଥି ଭାବେ ମନୋନିତ ହେଲେ । ୨୦୧୫ରେ ୧୯ହଜାର ୫୫୦ ଅର୍ଥାତ୍ ୩୨.୬ ପ୍ରତିଶତ ଖଣ୍ଡ ଭୋଟ ପାଇ ସାଧରଣ ନିର୍ବାଚନ ଜିତିଲେ । ୨୦୧୭ରେ ପୁଣି ଥରେ ୨୩ହଜାର ୧୦୮ଖଣ୍ଡ ଭୋଟ ଅର୍ଥାତ୍୪୦.୫% ନିର୍ବାଚନ ଜିତି ଏମ୍ପି ହେଲେ । ୨୦୧୮-୧୯ମସିହାରେ ସରକାରରେ ଅଣ୍ଡର ସେକ୍ରେଟେରି ହୋଇଥିଲେ ।
୨୦୧୯ରେ ଜେନେରାଲ ଇଲେକ୍ସନ ଲଢ଼ି ୨୭ ହଜାର ୨୧୦ ଅର୍ଥାତ୍ ୪୭.୨ ପ୍ରତିଶତ ଭୋଟ ପାଇ ବହୁମତରେ ଜିତିଥିଲେ ।
୨୦୧୯ରେ ବୋରିସ୍ ଜନସନ ସରକାରରେ ଟ୍ରେଜେରି ଚିଫ୍ ସେକ୍ରେଟେରି ହୋଇଥିଲେ । ୨୦୨୦ରେ କ୍ୟାବିନେଟ୍ ଅଦଳବଦଳ ହୋଇ ରାଜକୋଷର ଚାନସଲର ଭାବେ ଦାଇତ୍ୱନେଲେ ।
ଖୁବ୍କମ ଦିନରେ ରାଜନୀତିରେ ବଡ଼ ସଫଳତା ହାସଲ କରିବାରେ ସେ ସକ୍ଷମ ହୋଇଛନ୍ତି । କିନ୍ତୁ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଏତେ ସୁଗମ ନଥିଲା । ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସେ ଆଜି ଇଂଲଣ୍ଡର ଶାସନ ଭାର ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି ।
ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୁଣ୍ଡରେ ରହିଛି ଅନେକ ଚ୍ୟାଲେଞ୍ଜ । ତାହା ହେଲା ବିଶ୍ୱର ଅର୍ଥନୀତିକୁ ସୁଧାରିବା ଯାହା କରୋନା ମହାମାରୀରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି ।
ଲିଜ ଟ୍ରସ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ଆର୍ଥିକ ସଙ୍କଟର ସମାଧାନ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସେ ବିଫଳ ହେବାପରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେଲେ। ଏବେ ଋଷି ସୁନକଙ୍କ ରାସ୍ତାରେ ସମାନ ଚ୍ୟାଲେଂଜ। ବ୍ରିଟେନରେ ମୁଦ୍ରାସ୍ଫୀତି ୧୦ ପ୍ରତିଶତ ବଢ଼ିଯାଇଛି । ଏପର‌୍ୟ୍ୟନ୍ତ କୌଣସି ଜି୭ ରାଷ୍ଟ୍ରରେ ଏହା ସର୍ବାଧିକ। ଖାଦ୍ୟ ଦର ଅହେତୁକ ବୃଦ୍ଧି ଘଟିଛି । ପ୍ରଧାନମନ୍ତ୍ରୀ ହେବାପରେ ଆର୍ଥିକ ସଙ୍କଟ ଦିଗରେ କାମ କରିବା ସୁନକଙ୍କ ପ୍ରଥମ ଏବଂ ପ୍ରମୁଖ କାମ ହେବ।
ସୁନକ ପୂର୍ବରୁ କହିଥିଲେ ଯେ ଦଳ ଏବଂ ଦେଶକୁ ଏକ କରିବା ତାଙ୍କର ପ୍ରଥମ ପ୍ରାଥମିକତା। କଞ୍ଜରଭେଟିଭ ପାର୍ଟିରେ ଦଳୀୟ କନ୍ଦଳ ଦେଖାଦେଇଛି। ଦୀର୍ଘ ୧୨ ବର୍ଷ ପରେ କଞ୍ଜରଭେଟିଭ୍ ପାର୍ଟିରେ ଯେଉଁ ବିଭେଦ ଦେଖାଦେଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ୬୦ ମନ୍ତ୍ରୀଙ୍କ ଆସ୍ଥା ହରାଇବାପରେ ବୋରିସ ଜନସନ୍ ଇସ୍ତଫା ଦେଇଥିଲେ। ଟ୍ରସ୍ ମଧ୍ୟ ଦଳୀୟ ନେତାଙ୍କ ସମର୍ଥନ ହରାଇବାରୁ ମାତ୍ର ୪୪ ଦିନ ପରେ ଇସ୍ତଫା ଦେଇଥିଲେ।
ଅନ୍ୟ ଏକ ଚ୍ୟାଲେଞ୍ଚ ହେଲା ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ଏବଂ ରୁଷ୍ ଉପରେ ପଶ୍ଚିମ ରାଷ୍ଟ୍ରର କଟକଣା ଦ୍ବାରା ୟୁରୋପରେ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି। ବ୍ରିଟେନ୍ରେ ପ୍ରତି ଘର ପିଛା ବାର୍ଷିକ ଶକ୍ତି ମୂଲ୍ୟ ଗତବର୍ଷ ତୁଳନାରେ ୩ ଗୁଣା ବଢ଼ିଛି। ଏଭଳି ପରିସ୍ଥିତିରେ ସୁନକଙ୍କ ପାଇଁ ଶକ୍ତି ମୂଲ୍ୟକୁ ସ୍ଥିର ରଖିବା ବଡ଼ ଚ୍ୟାଲେଞ୍ଜ ହେବ ।
ବ୍ରିଟେନ୍ ରାଜନୀତିରୁ ୨୧୦ ବର୍ଷ ଭିତରେ ସୁନକ ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ଋଷି ପ୍ରଧାନମନ୍ତ୍ରୀ ହେବା ପରେ ବି ନିଜର ହିନ୍ଦୁତ୍ୱ ପରିଚୟ ଛାଡିପାରି ନାହାନ୍ତି। ନିଜକୁ ଜଣେ ଗର୍ବିତ ହିନ୍ଦୁ ବୋଲି ମାନୁଥିବା ଋଷି ସୁନକ ସବୁବେଳେ ନିଜର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଥିବାର ଦେଖାଯାଏ। କେବେ ବ୍ରିଟେନରେ ଥିବା ମନ୍ଦିର ଦର୍ଶନ ହେଉ ତ କେବେ ପୂଜା ଉପାସନା, ଏସବୁଥିରେ ଋଷିଙ୍କ ବିଶ୍ୱାସ ଅତୁଟ ରହିଛି। ଏଥିପାଇଁ ଋଷିଙ୍କର ଭାରତୀରେ ଆଦର ରହିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031